Sunday, October 4, 2026
24.3 C
Odisha

    କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର

    ଆଗକୁ ପଢନ୍ତୁ

    ଆସୁଛି ବାଲିଯାତ୍ରା। ଏଥିପାଇଁ ସହର ଚଳଚଞ୍ଚଳ। ବ୍ୟବସାୟୀଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ। ତେବେ ଏହାରି ମଧ୍ୟରେ କଟକ ଐତିହାସିକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉପର ପଡ଼ିଆରେ ବାଲିଯାତ୍ରାକୁ ମନା କରାଯାଇଛି। ଏନେଇ ହାଇକୋର୍ଟଙ୍କ ପରାମର୍ଶ ରହିଛି। ହାଇକୋର୍ଟ ପରାମର୍ଶ ଜାରି କରିଛନ୍ତି, ‘ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ।’ ଆଲୋଚନା କରି ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ପରାମର୍ଶ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା ପର୍ବ ଦିନଠାରୁ ଆରମ୍ଭ ହୁଏ ବାଲିଯାତ୍ରା। ଚଳିତ ବର୍ଷ ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି। ଐତିହାସିକ କଟକ ବାଲିଯାତ୍ରାର ପ୍ଲଟ ନିଲାମ ପ୍ରକ୍ରିୟା ୨୯ ଅକ୍ଟୋବର ଅର୍ଥାତ ମଙ୍ଗଳବାରଠାରୁ ଆରମ୍ଭ ହୋଇସାରିଛି । ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ସର୍ବାଧିକ ଟଙ୍କା ଡାକିଥିବା ବିଡରଙ୍କୁ ପ୍ଲଟ୍ ମିଳିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ଟି ଟେବୁଲରେ ୧୦ଟି ଟିମର ବ୍ୟବସ୍ଥା କରାଯାଇଛି । ବାରବାଟୀ ପ୍ୟାଲେସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରାଯାଇଛି । ଗତ ୨୮ ତାରିଖ ଦିନ ବାଲିଯାତ୍ରାର ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ମୋଟ ୧୫ ଶହ ଜଣ ସେଥିପାଇଁ ଆବେଦନ କରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ