Wednesday, August 19, 2026
28 C
Odisha

    ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରିଠାରେ ନୂତନ ପାସେଞ୍ଜର ହଲ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରିଠାରେ ଆନୁଷ୍ଠାନିକ ଭାବେ ଏକ ନୂତନ ପାସେଞ୍ଜର ହଲ୍ଟ ଯାତ୍ରୀମାନଙ୍କୁ ସମର୍ପିତ କରାଯାଇଛି। ଯାହା ଏହି ଅଞ୍ଚଳର ପରିବହନ ଭିତ୍ତିଭୂମିରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟାଇବ। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ତଥା ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ. ଏସ. ବଜୱାଙ୍କ ଉପସ୍ଥିତଥିଲେ।
    ଅପରାଜିତା ଷଡ଼ଙ୍ଗୀ ତାଙ୍କ ଅଭିଭାଷଣ ସମୟରେ ରେଳମନ୍ତ୍ରୀଙ୍କୁ ଉପସ୍ଥାପନ କରାଯାଇଥିବା ଅଞ୍ଚଳର ଜନସାଧାରଣଙ୍କ ଦାବି ତଥା ଆକାଂକ୍ଷା ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଟ୍ରି ପାସେଞ୍ଜର ହଲ୍ଟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୫୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି।

    ଯେଉଁଥିରେ ୪୬୭ ମିଟର ଦୈର୍ଘ୍ୟ ପ୍ଲାଟଫର୍ମ, ଛଅ ଗୋଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ ୩୦ଜଣଙ୍କ ବସିବା କ୍ଷମତା ବିଶିଷ୍ଟ ଛଅ ଗୋଟି ବେଞ୍ଚ ଉପଲବ୍ଧ ଅଛି। ଏହା ସହିତ ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଭ୍ରମଣ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ୧୪ଟି ଲାଇଟ ପୋଷ୍ଟ, ଏକ ନଳକୂଅ ଏବଂ ଏକ ବୁକିଂ କାଉଣ୍ଟର ସୁବିଧା ଗୁଡିକ ଅନ୍ତର୍ଭୁକ୍ତ ଅଛି। ଏହି ବିକାଶ ସ୍ଥାନୀୟ ପର୍ଯ୍ୟଟନକୁ ବୃଦ୍ଧି କରାଇବା ସହିତ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଉନ୍ନତ ଗମନାଗମନ ସଂଯୋଗ ଯୋଗାଇବ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସକାରାତ୍ମକ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।

    ତୁରନ୍ତ ଅଟ୍ରି ପାସେଞ୍ଜର ହଲ୍ଟଠାରେ ତିନି ଗୋଟି ଟ୍ରେନ ରହଣି ପାଇଁ ବ୍ୟବସ୍ଥା କରାଯାଇଅଛି। ଏହି ଟ୍ରେନ୍‌ଗୁଡିକ ହେଉଛି ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଏବଂ ପୁରୀ-ଦଶପଲ୍ଲା-ପୁରୀ ମେମୁ ପାସେଞ୍ଜର ଟ୍ରେନ । ଭଦ୍ରକରୁ ଛାଡୁଥିବା ୦୮୫୫୫/୦୮୫୫୬ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ ଅଟ୍ରିରେ ପୂର୍ବାହ୍ନ 10ଘ.36ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.37ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦଶପଲ୍ଲାଠାରୁ ଏହି ଟ୍ରେନ ଅଟ୍ରିଠାରେ ସନ୍ଧ୍ୟା ୫ଘ.୫୫ମି.ରେ ପହଞ୍ଚି ସନ୍ଧ୍ୟା ୫ଘ.୫୬ମି.ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ।

    ଭୁବନେଶ୍ୱରରୁ ଛାଡୁଥିବା ୦୮୪୨୯/୦୮୪୩୦ ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ମେମୁ ଅଟ୍ରିରେ ପୂର୍ବାହ୍ନ ୧୦ଘ.୫୧ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୨ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରିଠାରେ ସନ୍ଧ୍ୟା ୫ଘ.୧୪ମି.ରେ ପହଞ୍ଚି ସନ୍ଧ୍ୟା ୫ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

    ପୁରୀରୁ ଛାଡୁଥିବା ୦୮୪୨୩/୦୮୪୨୪ ପୁରୀ-ଦଶପଲ୍ଲା-ପୁରୀ ମେମୁ ଅଟ୍ରି ଠାରେ ସନ୍ଧ୍ୟା ୭ ଘ. ୪୦ମି.ରେ ପହଞ୍ଚି ସନ୍ଧ୍ୟା ୭ ଘ.୪୧ ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରିଠାରେ ସକାଳ ୭ ଘ. ୫୨ ମି.ରେ ପହଞ୍ଚି ସକାଳ ୭ ଘ.୫୩ ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ