Friday, June 19, 2026
34.3 C
Odisha

    କଣାସ ମାଛ ମାର୍କେଟରେ ମରଣାନ୍ତକ ଆକ୍ରମଣ, ୩ ଗିରଫ

    ଆଗକୁ ପଢନ୍ତୁ

    ପିପିଲି   : ପୁରୀ ଜିଲ୍ଲା କଣାସ ମାଛ ମାର୍କେଟରେ ନୃଶଂସ ଆକ୍ରମଣ ମାମଲାରେ ୩ ଗିରଫ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ମରଣାନ୍ତକ ଆକ୍ରମଣର ଶିକାର ଯୁବକଙ୍କ ନାଁ ମୃତ୍ୟୁଞ୍ଜୟ ଭାରିମଳ । ଘର କଣାସ ଥାନା ଦୋକନ୍ଦା ଗାଁରେ । ଗୁରୁତର ମୃତ୍ୟୁଞ୍ଜୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର AIIMSରେ ଭର୍ତ୍ତି କରାଯାଇଛି । ସେ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମାଛ ବଜାରରେ ସ୍ପଷ୍ଟ ଦିବାଲୋକରେ ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ୍ୟୁଞ୍ଜୟ ପଡ଼ି ରହିଥିବା ବେଳେ ବଜାରରେ ଆତଙ୍କ ଖେଳାଇଥିଲେ ଅପରାଧୀ । କଣାସ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍ ତୁରନ୍ତ ତଦନ୍ତ ଆରମ୍ଭ କରି ଏହି ବର୍ବରକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିରେ ସଂପୃକ୍ତ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛିପୋଲିସ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ