Monday, October 5, 2026
31.3 C
Odisha

    କଣ୍ଟାବାଞ୍ଜି ପୂର୍ବ ବିଧାୟକ ଆୟୁବ ଖାନଙ୍କ ବିୟୋଗ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି  : କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ।

    କଣ୍ଟାବାଞ୍ଜିବାସୀ  ତାଙ୍କୁ ବିକାଶ ପୁରୁଷ କହୁଥିଲେ । କଣ୍ଟାବାଞ୍ଜି ପାଇଁ ତାଙ୍କର ଅନେକ ଅବଦାନ ରହିଛି । ଆୟୁବ ଖାଁ କାଉନସିଲରରୁ ରାଜନୀତି ଆରମ୍ଭ କରିଥିବା ବେଳେ କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ, ପରେ ସ୍ୱାଧୀନ ପ୍ରାଥୀ ଭାବେ ୨୦୦୪ରେ ବିଧାୟକ ପରେ ବିଜେଡି ଦଳରୁ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆୟୁବ ଖାଁ ଓଡିଶା ହଜ କମିଟି ଅଧ୍ୟକ୍ଷ, ୱାକଫ ବୋର୍ଡ ଅଧକ୍ଷ, ବିଜେଡି ଦଳର ଅନେକ ପଦ ପଦବୀରେ ରହି ଆସିଛନ୍ତି। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ