Monday, October 5, 2026
31.3 C
Odisha

    ବରାମତିରେ ବିମାନ ଦୁର୍ଘଟଣାଗ୍ରସ୍ତ, କ୍ଷୟକ୍ଷତି ହୋଇ ନଥିବା ସୂଚନା

    ଆଗକୁ ପଢନ୍ତୁ

    ସୂଚନାନୁଯାୟୀ, ରେଡ୍ ବାର୍ଡ ଆଭିଏସନର ଏକ ଟ୍ରେନିଂ ବିମାନ ବାରାମତୀ ବିମାନବନ୍ଦର ନିକଟସ୍ଥ ଗୋଜୁବାବି ଗାଁ ପାଖରେ ଜରୁରୀକାଳୀନ ଅବତରଣ କରିଛି । ପୁଣେ ଗ୍ରାମାଞ୍ଚଳ ପୋଲିସ ଏସପି ସନ୍ଦୀପ ସିଂ ଗିଲ୍ ଙ୍କ ସୂଚନା ଅନୁଯାୟୀ, ବିମାନରେ ଥିବା ଏକମାତ୍ର ଟ୍ରେନିଂ ବିମାନ ଚାଳକ  ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ । କମ୍ ଉଚ୍ଚତାରେ ଉଡ଼ୁଥିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ କହିଥିଲେ । ଜରୁରୀକାଳୀନ ଅବତରଣ ସମୟରେ ବିମାନର ଏକ ଅଂଶ ଏକ ଆଲୋକ ଖୁଣ୍ଟରେ ପିଟି ହୋଇ ଭୂମିରେ କ୍ରାସ୍ କରିଥିଲା ।

    ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଏହି ଘଟଣାର ଆବଶ୍ୟକୀୟ ଅନୁସନ୍ଧାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ