Sunday, October 4, 2026
24.6 C
Odisha

    କନ୍ଧମାଳରେ ହେବ ଆଳୁ, ପିଆଜ ଚାଷ

    ଆଗକୁ ପଢନ୍ତୁ

    ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର କନ୍ଧମାଳ ଜିଲା ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପାତ୍ର ଖବରଦାତାଙ୍କୁ କହିଥିଲେ, ରାଜ୍ୟରେ ଆଳୁ ସମସ୍ୟା ଆଉ ନାହିଁ। ଧୀରେ ଧୀରେ ସମସ୍ୟାର ସମାଧାନ କରାଯାଉଛି । ଆଗାମୀ ଦିନରେ ଆଳୁ ଓ ପିଆଜ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ ଓ ପିଆଜ ଚାଷ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ନୂତନ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। କନ୍ଧମାଳ ଜିଲାରେ ମଧ୍ୟ ଆଳୁ ଓ ପିଆଜ ଚାଷ ହୋଇପାରିବ। ଏନେଇ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ, ପିଆଜ ଚାଷ ନେଇ ଉଦ୍ୟମ କରାଯିବ। ଏପରିକି ଚାଷ ଜମିକୁ ଜଳସେଚନର ସୁବିଧା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
    ବିଜେଡି ସରକାର ଚାଷ ଓ ଚାଷୀଙ୍କ ପାଇଁ କିଛି କରି ନାହାନ୍ତି। ଭାଜପା ସରକାର ଆସିବା ଦିନଠାରୁ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ସହ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲା ଯୋଗାଣ ଅଧିକାରୀଙ୍କ ସମେତ ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ