Thursday, December 12, 2024
21.9 C
Odisha

    କାଉନସିଲ ବୈଠକକୁ ବର୍ଜନ କଲେ ୮କାଉନସିଲର

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଆଜି ସ୍ଥାନୀୟ ଏନଏସିର କାଉନସିଲ ହଲରେ ଅନୁଷ୍ଠିତ କାଉନସିଲ ବୈଠକକୁ ୮ ଜଣ କାଉନସିଲର ବର୍ଜନ କରିଛନ୍ତି। ଏ ସମ୍ପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ବର୍ଜନ କରିଥିବା କାଉନସିଲରମାନେ କହିଛନ୍ତି। ସେମାନଙ୍କ ବିନା ସମ୍ମତିରେ ଅନେକ ପ୍ରସ୍ତାବ ଆଣି କାମ କରାଯାଉଛି, ଯାହା ଫଳରେ ଏନଏସି ର ପ୍ରକୃତ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଧକ୍ଷା, ଉପାଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ପୂର୍ବରୁ ପାରିତ ହୋଇଥିବା ସବୁ ନିର୍ଧାରଣ ବାତିଲ କରିବା ଦାବି କରିଛନ୍ତି। ଉପସ୍ଥାନ ଖାତା ଓ ନିର୍ଧାରଣ ଖାତା ଭିନ୍ନ ଭିନ୍ନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।
    ଏ ସମ୍ପର୍କରେ ଏନଏସି ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କୁ ପଚାରିବାରେ ଏନଏସି ରେ କୌଣସି ବେନିୟମ କାର୍ଯ୍ୟ ହୋଇନାହିଁ। ଆଗକୁ ସ୍ୱାୟତ ଶାସନ ଦିବସ ଅଛି। ତେଣୁ କାଉନସିଲରମାନେ ବୈଠକ ବର୍ଜ୍ଜନ ନକରି ବୈଠକରେ ଯୋଗ ଦେଇ ସେମାନଙ୍କ ମତାମତ ଦେଲେ ସହରର ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି। ଆଜିର ବୈଠକକୁ କାଉନସିଲର ପି ସଞ୍ଜୀବ କୁମାର ପାତ୍ର, ଲକ୍ଷ୍ମୀପ୍ରିୟା ପରିଛା, ସଂଗୀତା ନାୟକ, ଲିପିକା ପ୍ରଧାନ, ଭାରତୀ ବେହେରା, କୁନ୍ତୀମା ମଲ୍ଲିକ, ଦୀପକ କୁମାର ନାୟକ, ନିଶାରାଣୀ ନାୟକ ଲିଖିତ ଭାବେ ଜଣାଇ ବର୍ଜନ କରିଛନ୍ତି। ଏହା ସହିତ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    47 %
    1.8kmh
    87 %
    Thu
    18 °
    Fri
    27 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ