Friday, March 13, 2026
25.8 C
Odisha

    କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା, ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS

    ଆଗକୁ ପଢନ୍ତୁ

    କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୁଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ ଟିମ୍ ଓ ଇଣ୍ଟେଲିଜେନ୍ସର ଟିମ୍ ମଧ୍ୟ କପିଳାସ ଅଭିମୁଖେ ଥିବା ଜଣାପଡିଛି।

    ଏହି ସ୍ବତନ୍ତ୍ର ଟିମକୁ ପାରା ହସ୍ତାନ୍ତର କରାଯିବ। ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଲାଉଲେଇ ଗାଁରୁ ଏହି ଚାଇନିଜ ପାରା ଜବତ ହୋଇଥିଲା। ପାରା ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS। GPSରେ ଚାଇନିଜ୍ ଭାଷା ଲେଖା ଯିବା ସହିତ ଚାଇନିଜ ଆର୍ମିର ଚିହ୍ନ ରହିଛି। ଗତକାଲି ବର୍ଷା ପବନରେ ପାରାଟି ଖସି ପଡିଥିଲା। ବନବିଭାଗ କର୍ମଚାରୀ ପାରାଟିକୁ ଉଦ୍ଧାର କରିଥିଲେ। ଏନେଇ ପୁଲିସକୁ ଖବର ଦେବା ପରେ କପିଳାସ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ