Sunday, October 4, 2026
28.6 C
Odisha

    କମ୍ ସମୟରେ ଧନ ବୃଦ୍ଧି ପାଇଁ ବ୍ୟାଙ୍କରେ ସଞ୍ଚୟ ନ କରି ମ୍ୟୁଚୁଆଲ୍ ଫଣ୍ଡ ମୁହାଁ ହେଉଛନ୍ତି ଗ୍ରାହକ: ଆରବିଆଇ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିଏଫଏସଆଇ ସମ୍ମିଳନୀ ୨୦୨୪ରେ ତାଙ୍କ ସମ୍ବୋଧନ ସମୟରେ କହିଥିଲେ ଯେ ସାଧାରଣ ଲୋକ ଯେଉଁମାନେ ନିଜ ସଞ୍ଚୟ ବିନିଯୋଗ ପାଇଁ ପାରମ୍ପରିକ ଭାବରେ ବ୍ୟାଙ୍କ ଉପରେ ନିର୍ଭର କରନ୍ତି ସେମାନେ ବର୍ତ୍ତମାନ ପୁଞ୍ଜି ବଜାର ଆଡକୁ ମୁହାଁଉଛନ୍ତି। ଏହି ଧାରା ଘରୋଇ ପୁଞ୍ଜି ବିନିଯୋଗରେ ଦୃଶ୍ୟମାନ ହେଉଛି।ଗ୍ରାହକ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଅନ୍ୟାନ୍ୟ ସଞ୍ଚୟ ସ୍କିମ୍‌ରେ ବିନିଯୋଗ କରି ପାରମ୍ପାରିକ ବ୍ୟବସ୍ଥା ଠାରୁ ଦୂରେଇ ଯାଉଛନ୍ତି। ବ୍ୟାଙ୍କ ଜମାଗୁଡିକର ଅଂଶ ହ୍ରାସ ପାଉଛି, ଯେହେତୁ ପରିବାରମାନେ ନିଜ ସଞ୍ଚୟକୁ ମ୍ୟୁଚୁଆଲ୍ ଫଣ୍ଡ, ବୀମା ପାଣ୍ଠି ଏବଂ ପେନସନ୍ ପାଣ୍ଠିରେ ଅଧିକ ବିନିଯୋଗ କରୁଛନ୍ତି।ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଋଣ ଅଭିବୃଦ୍ଧି ଜମା ଅଭିବୃଦ୍ଧିଠାରୁ ଅଧିକ ହେବା ଉଚିତ ନୁହେଁ। ବ୍ୟାଙ୍କଗୁଡିକ ଅନ୍ୟ ଉତ୍ସ ଉପରେ ନିର୍ଭରଶୀଳତା ବୃଦ୍ଧି କରି ଋଣ ଏବଂ ଜମା ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି। ଏହା ସୁଧ ହାର ପ୍ରତି ସେମାନଙ୍କର ସମ୍ବେଦନଶୀଳତା ବଢ଼ାଇଛି ଏବଂ ଟିକ୍ୟୁଡିଟି ପରିଚାଳନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସେ କହିଛନ୍ତି ମାଇକ୍ରୋ ଫାଇନାନ୍ସ ବ୍ୟାଙ୍କଗୁଡିକ ଧାର୍ଯ୍ୟ ସୀମାଠାରୁ ଅଧିକ ସୁଧ ଆଦାୟ କରୁଛନ୍ତି। ଏକ୍ଷେତ୍ରରେ ବ୍ୟାଙ୍କଗୁଡିକ ଗ୍ରାହକ ଅନବୋର୍ଡିଂ ପ୍ରକ୍ରିୟା ଏବଂ ବ୍ୟାଙ୍କଗୁଡିକରେ ଉନ୍ନତି ଆଣିବା ଆବଶ୍ୟକ କରିବା ଜରୁରୀ। ଏନବିଏଫସି ଗୁଡିକ ସାଇବର ସିକ୍ୟୁରିଟି ପାଇଁ ଅଧିକ ଖର୍ଚ୍ଚ କରିବା ଆବଶ୍ୟକ କରଥାନ୍ତି । ଏହା ବ୍ୟତୀତ କାରବାର ମନିଟରିଂକୁ ମଜବୁତ କରିବା ଉପରେ କାର୍ଯ୍ୟ ଜାରି ରଖିବା ଉଚିତ୍ ।ଦେଶର ଅର୍ଥନୀତି ଦ୍ରୁତ ଗତିରେ ଚାଲିଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୭୨.ପ୍ରତିଶତ ପୂରଣ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁଛି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ