Sunday, September 13, 2026
28.7 C
Odisha

    ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ୫ ଘଣ୍ଟା ଭିତରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଆଜି ଅପରାହ୍ଣରେ ସୋର ଥାନା ପରିସରରେ ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମଧ୍ୟମକୁ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ପୁରୀ ଜିଲ୍ଲା ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବାହାନାଗା ବ୍ଲକ ତାଳପଦା ଭିର୍ଲା ଗ୍ରାମର ଉଷାମଣି ଦାସଙ୍କୁ ପ୍ରେମ ବିବାହ କରି ସେଠାରେ ରହୁଥିଲେ। ଗତକାଲି ରାତି ୧୦.୩୦ରେ ତାଙ୍କର ବାଇକ୍‌ (ଓଡ଼ି ୦୧ ଏଭି ୭୮୭୪) ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଜଣ ଯୁବକ ତାଙ୍କୁ ଏକ ଧାରୁଆ ଛୁରିରେ ଆକ୍ରମଣ କରି ତାଙ୍କ ବାଇକ ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୁଲିସ ଡାକ୍ତରଖନାରେ ପହଞ୍ଚି ଶବ ଜବତ କରି ୬୬୩/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ବନ୍ଧୁକ ବିକ୍ରିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଏସ୍ପି ସାଗରିକା ନାଥଙ୍କ ନିର୍ଦେଶରେ ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସମେତ ଏକ ଟିମ ପୁରୀ ଓ କମିଶନରେଟ ପୁଲିସର ସହଯୋଗରେ ପୁରୀ ଟାଉନ ଥାନା ଚୁଡାଙ୍ଗନା ସାହିର ଶିବୁନୁ ପାତ୍ର (୨୩) ଓ ଦୋଳମଣ୍ଡପ ସାହିର ପ୍ରତୁସ ସେନାପତି (୨୩)ଙ୍କୁ ପିପିଲି ନିକଟରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ