Saturday, June 20, 2026
27 C
Odisha

    କରୋନାର ଉତ୍ପତ୍ତି ଲୁଚାଇବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର -ତୁଳସୀ ଗାବାର୍ଡ

    ଆଗକୁ ପଢନ୍ତୁ

    ୱାସିଂଟନ : ଆମେରିକାର ନ୍ୟାସନାଲ୍ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶିକା ତୁଳସୀ ଗାବାର୍ଡ ନିଜ ପଦବୀରୁ ବିଦାୟ ନେଇଛନ୍ତି । ଏହାପରେ ସେ ପୂର୍ବତନ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ.ଆନ୍ଥୋନୀ ଫାଉସିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଦସ୍ତାବିଜ ସାର୍ବଜନୀନ କରିଛନ୍ତି । ଗାବାର୍ଡଙ୍କ ଅଭିଯୋଗ ଅନୁଯାୟୀ, ଡ.ଫାଉସି ଚୀନର ୱହାନର ଲ୍ୟାବ୍‌ରେ ଅପ୍ରାକୃତିକ ଭାବେ ବିପଜ୍ଜନକ ଭାଇରସର ସୃଷ୍ଟି ଓ ଗବେଷଣା ପାଇଁ ସରକାରୀ ପାଣ୍ଠି ଯୋଗାଇ ଦଇଥିଲେ । ଗାବାର୍ଡଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଦସ୍ତାବିଜ ଜାରି କରାଯାଇଛି । ଫାଉସି କରୋନା ଭାଇରସର ଉତ୍ପତ୍ତି ଓ ଲ୍ୟାବ୍‌-ଲିକ୍ ତଥ୍ୟକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ଗୁପ୍ତଚର ବିଭାଗର କିଛି ଅଧିକାରୀଙ୍କୁ ବ୍ୟବହାର କରିଥିଲେ ଏବଂ ମିଥ୍ୟା ତଥ୍ୟ ପ୍ରଚାର କରିଥିଲେ । ଗାବାର୍ଡ ଏହାକୁ ଏକ ଡିପ୍ ଷ୍ଟେଟ୍‌ର ରଣନୀତି ବୋଲି କହିଛନ୍ତି । ଫାଉସି ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବା ସେ ଅଭିଯୋଗ କରିଛନ୍ତି । ଜାରି ଦସ୍ତାବିଜଗୁଡ଼ିକ ଅନୁଯାୟୀ, ୨୦୨୪ରେ କଂଗ୍ରେସ କମିଟି ଆଗରେ ଡକ୍ଟର ଫାଉସି ମିଛ ଶପଥ ନେଇଥିଲେ । ଶପଥପାଠରେ ସେ ଏଫ୍‌ବିଆଇ, ସିଆଇଏ କିମ୍ବା ଡିଆଇଏ ଭଳି ସଂସ୍ଥା ସହ ଭାଇରସ୍ ଗବେଷଣା ବିଷୟରେ କୌଣସି କଥା ହୋଇନାହାଁନ୍ତି ବୋଲି ଜଣାଇଥିଲେ । କିନ୍ତୁ ଉନ୍ମୋଚିତ କାଗଜପତ୍ର ଏହାକୁ ଭୁଲ ପ୍ରମାଣିତ କରିଛି । ନ୍ୟାସନାଲ୍ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ (ଓଡିଏନ୍‌ଆଇ) କିଛି ହ୍ୱିସିଲବ୍ଲୋୟରଙ୍କ ବୟାନ ମଧ୍ୟ ସଂଗ୍ରହ କରିଛି । ସେମାନଙ୍କ ଅନୁଯାୟୀ, ଯେଉଁ ଅଧିକାରୀମାନେ କୋଭିଡ୍‌-୧୯ର ଉତ୍ପତ୍ତି ଉହାନ ଲ୍ୟାବରୁ ହୋଇଛି ବୋଲି ପ୍ରଶ୍ନ ଉଠାଇଥିଲେ, ସେମାନଙ୍କୁ ଚାକିରି କ୍ଷେତ୍ରରେ ହଇରାଣ କରାଯିବା ସହ ପଦୋନ୍ନତି କ୍ଷେତ୍ରରେ ମଧ୍ୟ ବାଧା ସୃଷ୍ଟି କରାଯାଇଥିଲା । ତେବେ ଡକ୍ଟର ଫାଉସି ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଅଯୌକ୍ତିକ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ । ମାତ୍ର ସେ ଏପର୍ଯ୍ୟନ୍ତ ଗାବାର୍ଡଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ସୂଚନାଯୋଗ୍ୟ, କରୋନା ସମୟରେ, ଡକ୍ଟର ଫାଉସି ଆମେରିକାର କରୋନା ବିରୋଧରେ ଲଢେଇର ମୁହଁ ଭାବରେ ଉଭା ହୋଇଥିଲେ । ପ୍ରତିଦିନ ସେ ପରିସ୍ଥିତିର ବ୍ରିଫି ଓ ନିର୍ଦ୍ଦେଶାବାଳୀ ଜାରି କରୁଥିଲେ । ସେ ତତ୍କାଳୀନ ରାଷ୍ଟ୍ରପତି ଜୋ ବିଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । ୱହାନରେ ବିପଦପୂର୍ଣ୍ଣ ଗବେଷଣା ପାଇଁ ପାଣ୍ଠି ଯୋଗାଇବା ବିଷୟରେ ଆମେରିକା କଂଗ୍ରେସକୁ ମିଛ କହିବା ପାଇଁ ଫୌଜଦାରୀ ଅଭିଯୋଗର ସମ୍ମୁଖୀନ ହେବା ପରେ ତାଙ୍କ ପ୍ରତିଛବି ମଳିନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    76 %
    1.7kmh
    100 %
    Fri
    27 °
    Sat
    38 °
    Sun
    35 °
    Mon
    35 °
    Tue
    39 °

    ସମ୍ବନ୍ଧିତ