Friday, October 2, 2026
25.2 C
Odisha

    କଲରାପତରିଆ ବାଘ ଛାଲ ଜବତ, ତିନି ଅଟକ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଚାଲିଥିଲା କଲରାପତରିଆ ବାଘ ଛାଲର ଡିଲ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ବାଘ ଛାଲ ସହ ତିନି ଜଣଙ୍କୁ ଅଟକ ରଖିଛି ।

    ସୂଚନା ଅନୁଯାଇ ବାଘ ଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ କରାଯାଇଥିଲା । ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ହୋଇଥିବା ବେଳେ ଜଣେ କ୍ରେତା ରହିଛନ୍ତି । ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି ।

    ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ଘଟଣା ଦେଖିବାକୁ ମିଳିଛି ତେଣୁ ଏହି ଘଟଣା ପରେ ବନ ବିଭାଗ ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମୁଖ୍ୟ ଚାଲାଣକାରୀଙ୍କ ନିକଟରେ ପହଂଚି ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି ନବରଙ୍ଗପୁର ଡ଼ିଏଫଓ । ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା ଏବଂ ଏହାର ବୟସ କେତେ କିଛି ସ୍ପଷ୍ଟ କରାଯାଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ