Tuesday, September 29, 2026
30.1 C
Odisha

    କଳା ପଡ଼ିଯାଇଛି କି ପିତ୍ତଳ ଓ ତମ୍ବା ବାସନ? ବିନା ଘଷି ମିନିଟ୍‌ରେ ଚମକାଇବାର ସହଜ ଉପାୟ

    ଆଗକୁ ପଢନ୍ତୁ

    ଭାରତୀୟ ଘରଗୁଡ଼ିକରେ ପିତ୍ତଳ ଓ ତମ୍ବା ବାସନର ବ୍ୟବହାର ବହୁ ପୁରୁଣା। ପୂଜା ଥାଳି ହେଉ କିମ୍ବା ରୋଷେଇ ଘରର ବାସନକୁସନ, ଏହି ଧାତୁର ବାସନକୁ ବହୁଳ ବ୍ୟବହାର କରାଯାଏ। ମାତ୍ର ସମୟ ବିତିବା ସହ ବାସନଗୁଡ଼ିକର ରଙ୍ଗ ଧୀରେ ଧୀରେ କଳା ପଡ଼ିଯାଏ ଏବଂ ଏହାର ଚମକ ହଜିଯାଏ। ଯଦି ଆପଣଙ୍କ ଘରେ ମଧ୍ୟ ଏପରି କଳା ପଡ଼ିଯାଇଥିବା ବାସନ ରହିଛି, ଏବଂ ଆପଣ ସେଗୁଡ଼ିକୁ ଅଧିକ କଷ୍ଟ ନକରି କମ୍ ସମୟରେ ଚମକାଇବାକୁ ଚାହୁଁଛନ୍ତି, ତେବେ ଏହି ଘରୋଇ ଓ ସହଜ ଉପାୟ ଆପଣଙ୍କ କାମରେ ଆସିପାରିବ।

    କାହିଁକି କଳା ପଡ଼ିଯାଏ ତମ୍ବା ଓ ପିତ୍ତଳ ବାସନ?
    ବାୟୁରେ ଥିବା ଅମ୍ଳଜାନ (ଅକ୍ସିଜେନ୍) ଏବଂ ଆର୍ଦ୍ରତା ସହ ପ୍ରତିକ୍ରିୟା କରିବା ଯୋଗୁଁ ତମ୍ବା ଓ ପିତ୍ତଳ ଉପରେ ଏକ କଳା କିମ୍ବା ମଳିନ ଆସ୍ତରଣ ଜମିଯାଏ, ଯାହାକୁ ଅକ୍ସିଡେସନ୍ କୁହାଯାଏ। ଏହା ବ୍ୟତୀତ ରୋଷେଇ ସମୟରେ ତେଲ-ମସଲା ସଂସ୍ପର୍ଶରେ ଆସିବା, ଧୋଇବା ପରେ ବାସନ ଓଦା ରହିଯିବା ଏବଂ ବହୁ ଦିନ ଧରି ବ୍ୟବହାର ନକରି ରଖିବା ଦ୍ୱାରା ମଧ୍ୟ ଏହାର ଚମକ କମିଯାଏ।

    ସହଜରେ ଚମକାଇବାର ସଠିକ୍ ଉପାୟ
    ୧. କ୍ଲିନିଂ ପାଉଡର୍‌ର ବ୍ୟବହାର:

    ବଜାରରେ ବିଶେଷ କରି ତମ୍ବା ଓ ପିତ୍ତଳ ସଫା କରିବା ପାଇଁ ଶାଇନିଂ ପାଉଡର୍ ମିଳିଥାଏ। କିଛି ପାଉଡର୍‌ରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ବାସନର ସମସ୍ତ ଅଂଶରେ ଭଲଭାବେ ଲଗାଇ ଦିଅନ୍ତୁ।
    ସ୍ପଞ୍ଜ୍, ନରମ କପଡ଼ା କିମ୍ବା ଆଙ୍ଗୁଠି ସାହାଯ୍ୟରେ ହାଲୁକା ଭାବେ ଗୋଲ ଗୋଲ କରି ଘଷନ୍ତୁ। ଯଦି ଦାଗ ଅଧିକ ଥାଏ, ତେବେ ପେଷ୍ଟକୁ ୧-୨ ମିନିଟ୍ ପାଇଁ ଲଗାଇ ରଖିଦିଅନ୍ତୁ। ଏହାପରେ ବାସନକୁ ସଫା ପାଣିରେ ଧୋଇ ତୁରନ୍ତ ଏକ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

    ୨. ଲେମ୍ବୁ, ଲୁଣ ଓ ତେନ୍ତୁଳିର ବ୍ୟବହାର
    ଅନେକ ଘରେ ପାରମ୍ପରିକ ଭାବେ ଲେମ୍ବୁ-ଲୁଣ କିମ୍ବା ତେନ୍ତୁଳି ପେଷ୍ଟ ବ୍ୟବହାର କରି ବାସନ ସଫା କରାଯାଏ। ଏହାର ଅମ୍ଳୀୟ ଗୁଣ ଯୋଗୁଁ ମଳି ଶୀଘ୍ର ଛାଡ଼ିଥାଏ, ମାତ୍ର ଅତି ପୁରୁଣା କଳା ଦାଗ ପାଇଁ ଏଥିରେ ଅଧିକ ସମୟ ଓ ଶ୍ରମ ଦେବାକୁ ପଡ଼ିଥାଏ।

    ହଁ, ମନେ ରଖନ୍ତୁ ଯେ, ସଫା କରିବା ସମୟରେ ଷ୍ଟିଲ୍ ସ୍କ୍ରବର ବ୍ୟବହାର କରନ୍ତୁ ନାହିଁ, ନଚେତ୍ ବାସନ ଉପରେ ଦାଗ (ସ୍କ୍ରାଚ୍) ପଡ଼ିଯାଇପାରେ। ବାସନ ଧୋଇବା ପରେ ତାହାକୁ ଓଦା ଛାଡ଼ନ୍ତୁ ନାହିଁ। ଶୁଖିଲା କପଡ଼ାରେ ନ ପୋଛିଲେ ପୁଣି ଥରେ ପାଣି ଦାଗ ବସିଯିବାର ସମ୍ଭାବନା ଥାଏ। ପୁରୁଣା ବାସନଗୁଡ଼ିକୁ ଫିଙ୍ଗିବା କିମ୍ବା ନୂଆ କିଣିବା ପରିବର୍ତ୍ତେ ଏହି ସହଜ ଉପାୟ ଆପଣାଇ ଆପଣ ନିଜ ଘରର ପିତ୍ତଳ ଓ ତମ୍ବା ବାସନକୁ ପୁଣିଥରେ ନୂଆ ପରି ଚମକାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ