Tuesday, September 29, 2026
22.7 C
Odisha

    କଳିଙ୍ଗନଗର ଉଦ୍ଧବ ଦାସ ହତ୍ୟା ମାମଲା ; ପ୍ରମାଣ ଅଭାବରୁ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଆଗକୁ ପଢନ୍ତୁ

    ବ୍ୟାସନଗର: କଳିଙ୍ଗନଗର ଥାନା ଅର୍ନ୍ତଗତ ବଡ଼ପିଙ୍ଗଲ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଉଦ୍ଧବ ଦାସଙ୍କୁ ହତ୍ୟା ମାମଲାର ବିଚାର କରି ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହୃଷିକେଶ ଆଚାର୍ଯ୍ୟ ପ୍ରମାଣ ଅଭାବରୁ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
    ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ୱର ୨୭ ତାରିଖରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ସୁକିନ୍ଦା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବଡ଼ପିଙ୍ଗଲ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ସଂଗଠିତ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେବା ସହିତ ଦଙ୍ଗାରେ ପରିଣତ ହୋଇଥିଲା । ଦଙ୍ଗାର ପରିମାଣ ଏତେ ଭୟାବହ ଥିଲା ଯେ ଏଥିରେ ଉଭୟ ଗୋଷ୍ଠୀର ଅନେକ ଲୋକ ଆହତ ହେବା ସହିତ ସ୍ଥାନୀୟ ଗ୍ରାମର ଉଦ୍ଧବ ଦାସ ନାମକ ବ୍ୟକ୍ତି ଗୁରୁତର ଆହତ ହେବା ସହିତ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଉଦ୍ଧବଙ୍କ ମା’ ଚମ୍ପାବତୀ ଦାସ ଏ ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଏତଲା ଆଧାରରେ କଳିଙ୍ଗନଗର ପୁଲିସ ୧୭୩/୨୦ରେ ମାମଲା ରୁଜ୍ଜୁ କରି ଏହି ହତ୍ୟାର ମୁଖ୍ୟ ଆସାମୀ ବଡ଼ପିଙ୍ଗଲ ଗ୍ରାମର ବାଇଧର ଦାସ ଓରଫ ନରି, ରଞ୍ଜନ ଦାସ, ଶ୍ରୀଧର ଦାସ,ମନୋଜ କୁମାର ଦାସ, ଗୁରୁଚରଣ ଦାସଙ୍କୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହୃଷିକେଶ ଆଚାର୍ଯ୍ୟ ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ପ୍ରମାଣ ଅଭାବରୁ ଗିରଫ ହୋଇ କାରାଦଣ୍ଡ ଭୋଗୁଥିବା ୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିର୍ଦ୍ଦୋଷରେ ଖଲାସ ହୋଇଥିବା ୫ ଅଭିଯୁକ୍ତଙ୍କ ପକ୍ଷରୁ ଯାଜପୁରରୋଡ୍ କୋର୍ଟର ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ଦାଶ, ଦେବାଶିଷ ବସୁ, ଦୀପକ ସେନଗୁପ୍ତ, ବିଜୟ ସାହୁ, ଗୀତାଞ୍ଜଳି ପରିଡା ପ୍ରମୁଖ ମାମଲା ପରିଚାଳନା କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ