Tuesday, September 29, 2026
23.2 C
Odisha

    ହୀରାକୁଦର ୧୦ ଗେଟ ଦେଇ ଜଳ ନିଷ୍କାସନ

    ଆଗକୁ ପଢନ୍ତୁ

    ସମ୍ୱଲପୁର : ହୀରାକୁଦ ଉପରମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ଡ୍ୟାମ୍‌କୁ ଅଧିକ ପରିମାଣର ଜଳ ପ୍ରବେଶ କରି ଜଳପତ୍ତନ ବୃଦ୍ଧି ହେଉଛି । ଜଳପତ୍ତନ ବୃଦ୍ଧିକୁ ନଜରରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଶନିବାର ଆଉ ଗୋଟାଏ ଗେଟ୍ ଖୋଲିଛନ୍ତି । ପୂର୍ବରୁ ୯ଟି ଗେଟ ଖୋଲା ରହିଛି । ବାମ ପାଶ୍ୱର୍ର ୭ଟି ଓ ଡାହାଣ ପାଶ୍ୱର୍ର ୩ଟି ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଜଳ ଭଣ୍ଡାରକୁ ୧ ଲକ୍ଷ ୯୫ ହଜାର ୫୮୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳପତ୍ତନ ୬୩୦ ଫୁଟରେ ପହଞ୍ଚିଛି । ସେହିପରି ସ୍ଲୁଇସ୍ ଗେଟ, ପାୱାର ଚ୍ୟାନେଲ, କେନାଲ ବିଭିନ୍ନ ପଥ ଦେଇ ୧ ଲକ୍ଷ ୯୫ ହଜାର ୫୮୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ