Monday, September 28, 2026
27.5 C
Odisha

    କଳିଙ୍ଗା ଘାଟିରୁ ହଟିଲା ପଥର, କନ୍ଧମାଳକୁ ଯାତାୟାତ ବନ୍ଦ

    ଆଗକୁ ପଢନ୍ତୁ

    ଭଞ୍ଜନଗର : କଳିଙ୍ଗା ଘାଟିର ଭୂସ୍ଖଳନ ସ୍ଥାନରୁ ହଟିଲା ପଥର । ତଥାପି ସୁଧୁରିନି ସ୍ଥିତି । କନ୍ଧମାଳ ଜିଲ୍ଲାକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତ ୨୪ ତାରିଖରେ ହୋଇଥିବା ଦୁଇଟି ବଡ ଧରଣର ଭୂସ୍ଖଳନ ଘଟଣାର ଚତୁର୍ଥ ଦିନରେ, ରାଜ୍ୟ ପୂର୍ତ୍ତ ବିଭାଗର ସଚିବ ସଞ୍ଜୟ କୁମାର ସିଂ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କ ସମେତ ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି । ଭୁଶୁଡ଼ି ପଡ଼ିଥିବା ନିର୍ମାଣାଧୀନ ଗାର୍ଡଓ୍ବାଲ୍ ଡିଜାଇନ୍ ରେ କଣ ତ୍ରୁଟି ରହିଥିଲା ? କାହିଁକି ବାରମ୍ବାର ଭୂସ୍ଖଳନ ହେଉଛି? ସେ ସଂକ୍ରାନ୍ତରେ ବୈଷୟିକ ଟିମ୍ ର ସହାୟତା ନେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହାସହ ବିପର୍ଯ୍ୟସ୍ତ କଳିଙ୍ଗା ଘାଟିକୁ ଯଥାଶୀଘ୍ର ମରାମତି କରି, ଗମନାଗମନର ସୁବିଧା କରାଯିବା ସହ ସ୍ଥାୟୀ ପ୍ରତିକାର ଏବଂ ବିକଳ୍ପ ରାସ୍ତାର ଅନୁଧ୍ୟାନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ