Wednesday, August 19, 2026
23.8 C
Odisha

    କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା , ପାଠ ପଢିବା ସହ କରୁଥିଲେ ଚାକିରୀ

    ଆଗକୁ ପଢନ୍ତୁ

    କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା । କାନାଡାରେ ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨) ଲୁଟପାଟକୁ ବିରୋଧ କରିବାରୁ ଛୁରା ମାରି ବିଭର୍ତ୍ସ ହତ୍ୟା କରାଯାଇଛି । ସେ ଗତ ୪ ବର୍ଷ ହେବ ସେଠାରେ ରହି ପାଠ ପଢା ସହ ଚାକିରୀ କରୁଥିଲେ । କାନାଡାରେ ଆଉ ଏକ ଭାରତୀୟଙ୍କ ମୃତ ଖବର ସାମ୍ନାକୁ ଆସିଛି । ବିଦେଶ ମାଟିରେ ଆଉ ଏକ ଯୁବତୀଙ୍କ ଛୁରା ମାରି ହତ୍ୟା କରାଯାଇଛି । ବିଧି ମେଘାନୀ ମୂଳତଃ ଆନନ୍ଦର ବୋରସାଦର ବାସିନ୍ଦା । ସେ କାନାଡାର ନିଆଗାରା ଅଞ୍ଚଳରେ ରହୁଥିଲେ । ବିଧି ସେଠାରେ ପାଠ ପଢିବା ସହ ଚାକିରୀ କରୁଥଲେ । ସ୍ଥାନୀୟ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

    ସୂଚନା ଅନୁସାରେ ବିଧି କାନାଡାରେ PR ପାଇଁ ପ୍ରସ୍ତୁତି ହେଉଥିଲେ । ଏବେ ସୁଧା ହତ୍ୟାର କାରଣ ଜଣାପଢିନାହିଁ । ସେପଟେ ଗୁଜୁରାଟରେ ବିଧିଙ୍କ ହତ୍ୟା ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ବିଧିଙ୍କୁ ଆମେରିକା ସୀମା ନିକଟରେ ଛୁରୀ ଭୁସି ହତ୍ୟା କରାଯାଇଛି । ଏହି ଘଟଣା ମେ ମାସ ୧୫ ତାରିଖରେ ଘଟିଥିଲା । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାନାଡାରେ ଭାରତୀୟଙ୍କୁ ହତ୍ୟା କରିବା ଘଟଣା ନୁଆ ନୁହେଁ । ଗତବର୍ଷ ଡିସେମ୍ବର ରେ ୩୦ ବର୍ଷୀୟ ମହୀଳା ହିମାଂଶୀ ଖୁରାନାଙ୍କ ମୃତ ଦେହ ମିଳିଥିଲା । ଏପ୍ରିଲ ୨୦୨୫ରେ ୨୧ ବର୍ଷୀୟ ପଞ୍ଜାବୀ ଛାତ୍ର ହରସିମରକ ରନ୍ଧାୱାଙ୍କୁ ଅଣ୍ଟାରିଓରେ ଗୁଳି କରି ହତ୍ୟା କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    94 %
    1.7kmh
    83 %
    Wed
    29 °
    Thu
    27 °
    Fri
    29 °
    Sat
    26 °
    Sun
    28 °

    ସମ୍ବନ୍ଧିତ