Thursday, May 28, 2026
33 C
Odisha

    କେନିଆର ଗାର୍ଲ ସ୍କୁଲରେ ଭୟଙ୍କର ନିଆଁ, ୧୬ ମୃତ, ୭୦ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    କେନିଆ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬ ଜଣ ଛାତ୍ରୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ୭୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

    ପ୍ରାରମ୍ଭିକ ସୂଚନା ଅନୁସାରେ, ୧୦ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ୬ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଆହତ ଛାତ୍ରୀଙ୍କ ସ୍ଥିତି ଏବେ ବି ଗମ୍ଭୀର ରହିଛି । ଆହତଙ୍କ ଚିକିତ୍ସା ସେଣ୍ଟ ଜୋସେଫ୍ ହସ୍ପିଟାଲ ସହିତ ଅନ୍ୟ ଚିକିତ୍ସା କେନ୍ଦ୍ରରେ ଚାଲିଛି।

    କେନିଆ ରେଡ୍ କ୍ରସ୍ ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଟିମ୍ ଏବଂ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

    କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଉଦ୍ଧାର କାର୍ଯ୍ୟ, ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ପ୍ରଭାବିତ ପରିବାରକୁ ସହାୟତା ଯୋଗାଇବା ଉପରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    23 %
    2.9kmh
    0 %
    Thu
    31 °
    Fri
    45 °
    Sat
    42 °
    Sun
    40 °
    Mon
    40 °

    ସମ୍ବନ୍ଧିତ