Thursday, September 19, 2024
25.2 C
Odisha

    କାନ୍ଥ ଭୁଶୁଡ଼ି ୨ ବର୍ଷର ପୁଅ ମୃତ, ବାପା ମା’ ଗୁରୁତର

    ଆଗକୁ ପଢନ୍ତୁ

    ମାଟିକାନ୍ଥ ଭୁଶୁଡ଼ି ଚାଲିଗଲା ୨ ବର୍ଷ ପୁଅର ଜୀବନ, ବାପା ମା’ ଗୁରୁତର । ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ତୋଟା ସାହିରେ ଏପରି ଅଘଟଣ ଘଟିଛି । ମୃତ ବାଳକଙ୍କ ନାମ ଋଷି ପ୍ରଧାନ । ବାପା ଏବଂ ମାଆ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶନିବାର ରାତିରେ ଖାଇ ସାରିବା ପରେ ଋଷି, ବାପା ବସନ୍ତ ପ୍ରଧାନ ଓ ମାଆ ଭାଗ୍ୟ ପ୍ରଧାନଙ୍କ ସହ ଶୋଇଥିଲେ । ଶନିବାର ରାତିସାରା ବର୍ଷା ଲାଗି ରହିଥିଲା । ରବିବାର ଭୋର ୪ ଟାରେ ଘରର ଗୋଟିଏ କାନ୍ଥ ବତୁରି ଯିବା ଦ୍ୱାରା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ପରିବାର ଲୋକଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା । ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା’ ଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ