Friday, April 3, 2026
36.1 C
Odisha

    କାନ୍ଦିଲେ ପାକିସ୍ତାନୀ ସାଂସଦ; ହେ ଆଲ୍ହା ଆମକୁ ରକ୍ଷା କରନ୍ତୁ

    ଆଗକୁ ପଢନ୍ତୁ

    ଭାରତ ପକ୍ଷରୁ ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ପୁଣି ଥରେ ଆକ୍ରମଣ କରିପାରେ। ଏହି ସମୟରେ ପାକିସ୍ତାନର ନ୍ୟାସନାଲ ଆସେମ୍ବେଲିରେ ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ୍-ଏନ) ସାଂସଦ ତାହିର ଇକବାଲ ଭୋ ଭୋ ହୋଇ କାନ୍ଦିଛନ୍ତି । ପିଏମଏଲଏନ ହେଉଛି ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦଳ। ତାହିର ଇକବାଲ ପାକିସ୍ତାନୀ ସଂସଦରେ କହିଛନ୍ତି ଯେ, ‘ହେ ଆଲ୍ଲା ଆମକୁ ରକ୍ଷା କରନ୍ତୁ’…

    ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସମେତ ଅନେକ ନେତା ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ। ବୁଧବାର ଦିନ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନର ଅନେକ ଅଞ୍ଚଳରେ ବିମାନ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିଦେଇଛି । ଏହା ପରେ, ଆତଙ୍କିତ ପାକିସ୍ତାନ ଭାରତୀୟ ସେନାର ଅନେକ ସାମରିକ ଘାଟିକୁ ଟାର୍ଗେଟ କରି ବିଫଳ ହୋଇଛି । ପାକିସ୍ତାନ ଭାରତର ୧୫ ଟି ସହରକୁ ଟାର୍ଗେଟ କରିବାକୁ ଏକ ବିଫଳ ପ୍ରୟାସ କରିଥିଲା, ଯେଉଁଥିରୁ ୭ ଟି ସହର ପଞ୍ଜାବର ଥିଲା। ଭାରତର S-400 ଆକାଶରେ ହିଁ ପାକିସ୍ତାନର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଥିଲା। ଆଜି (ଗୁରୁବାର) ଏକ ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଅପରେସନ ସିନ୍ଦୂର ଅଧୀନରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ