Saturday, May 16, 2026
25.9 C
Odisha

    କାର୍ଯ୍ୟରେ ଅବହେଳା ପାଇଁ ପୋଲିସ ASI ନିଲମ୍ବିତ

    ଆଗକୁ ପଢନ୍ତୁ

    ଭଦ୍ରକ : କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ପୋଲିସ ASI ନିଲମ୍ବିତ । ନିଲମ୍ବିତ ASI ହେଉଛନ୍ତି ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସୁଶାନ୍ତ କୁମାର ନାୟକ । ସେ ଟାଉନ ଥାନାରେ ପ୍ରାୟ 2 ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ସନ୍ତୋଷଜନକ ନ ଥିଲା । ଏପରିକି ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନ ଥିବାରୁ ଟାଉନ ଥାନା ଅଧିକାରୀ ତାଙ୍କୁ ବିଭିନ୍ନ ସମୟରେ ତାଗିଦ ମଧ୍ୟ କରିଥିଲେ । କିନ୍ତୁ ଏହା ସତ୍ୱେ ମଧ୍ୟ ସେ ନିଜର କର୍ତ୍ତବ୍ୟକୁ ଠିକ ଭାବରେ କରୁ ନ ଥିବାରୁ ଥାନା ଅଧିକାରୀ ଭଦ୍ରକ ଏସପିଙ୍କ ଏ ସମ୍ପର୍କ ରେ ଜଣାଇଥିଲେ । ଶେଷରେ ଭଦ୍ରକ ଏସପି ମନୋଜ ରାଉତ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଥିବା ଭଦ୍ରକ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    87 %
    1.7kmh
    59 %
    Sat
    41 °
    Sun
    42 °
    Mon
    45 °
    Tue
    46 °
    Wed
    44 °

    ସମ୍ବନ୍ଧିତ