Thursday, October 1, 2026
22.7 C
Odisha

    କାର ଭିତରୁ ବାହାରିଲା ଅଜଗର

    ଆଗକୁ ପଢନ୍ତୁ

    ବ୍ୟାସନଗର ପୌରାଞ୍ଚଳ ଚୋରଦା ଛକ ନିକଟରେ ରହୁଥିବା ଜୈନକ ବ୍ୟକ୍ତିଙ୍କ କାର ଭିତରୁ ୮ ଫୁଟ ର ଅଜଗର ସାପ ଉଦ୍ଧାର ହୋଇଛି । ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାଡି ଶୋରୁମର କର୍ମଚାରୀ ଓ ସାପ ଧରାଳିଙ୍କ ଦ୍ଵାରା ସାପଟିକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଜୈନକ ଶିକ୍ଷାବିତ ନିଜ ହୁଣ୍ଡାଇ ଆଇଟେନ ଗାଡି ଘରୁ ନେବା ସମୟରେ ଗାଡିର ସମ୍ମୁଖ ଭାଗ ଡେସ୍ ବୋର୍ଡ ପାଖରେ ଗୋଟିଏ ସାପ ଲାଞ୍ଜ ଦେଖିବାକୁ ପାଇଲେ। ଯେତେ ଚେଷ୍ଟା କଲେ ମଧ୍ୟ ଗାଡିରୁ ସାପଟିକୁ କାର ଭିତରରୁ ବାହାର କରିପାରିଲେ ନାହିଁ ଫଳରେ ବାଧ୍ୟ ହୋଇ ତେନ୍ତୁଲିଖୁଣ୍ଟା ଗାଁ ସ୍ଥିତ ହୁଣ୍ଡାଇ କାର ସୋରୁମକୁ ଖବର ଦେଇଥିଲେ । ଶୋରୁମ କର୍ମଚାରୀ ଗାଡିକୁ ଶୋରୁମକୁ ଆଣିବାକୁ କହିବାରୁ ସାହସର ସହିତ ଗାଡ଼ି ମାଲିକ ଗାଡି ଚଳାଇ ଶୋରୁମକୁ ଆଣିଥିଲେ । ସାପକୁ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ଖବର ଦିଆଯାଇଥିଲା। ପାଞ୍ଚ ଛ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୋରୁମ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପକୁ ଗାଡ଼ିରୁ ଉଦ୍ଧାର କରିବାରେ ସଫଳ ହେଇଥିଲେ ।ତେବେ ଅଜଗର ସାପକୁ ଉଦ୍ଧାର କରିବା ପରେ ବନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରି ମଣୀଭଦ୍ର ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି। ସେପଟେ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ ଜମେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ