Thursday, October 1, 2026
22.7 C
Odisha

    ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ ନେଇଛି। ଦୁଇ ଭାଇ କାତିରେ ଆକ୍ରମଣ କରିବାରୁ ଅନ୍ୟ ଏକ ପରିବାରର ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାବୁ ସ୍ବାଇଁ। ତାଙ୍କ ସାନଭାଇ ଜିତୁ ସ୍ବାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ୨ ଅଭିଯୁକ୍ତ ଲିକୁନ ବିଶୋୟୀ ଓ ନିକୁ ବିଶୋୟୀଙ୍କୁ ଅଟକ ରଖିଛି। ଅମୃତୁଲୁ ଗାଁରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିଲା। ଏହି ସମୟରେ ଗୋଟିଏ ପାଶ୍ୱର୍ର୍ରେ ଲିକୁନ ଓ ବାବୁ ଉଭୟେ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କ ଗାଡି ସାମାନ୍ୟ ଘୋଷାରି ହୋଇଯାଇଥିଲା। ଏହାକୁ ନେଇ ବାବୁ ଗତ ରବିବାର ରାତିରେ ଲିକୁନଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ହାତାହାତି ହୋଇଥିଲା। ଲିକୁନ ଓ ତାଙ୍କ ଭାଇ ନିକୁ ମିଶି ବାବୁଙ୍କୁ କାତିରେ ଆକ୍ରମଣ କରିଥିଲେ। ଏହାଦେଖି ବାବୁଙ୍କ ସାନଭାଇ ଜିତୁ ଅଟକାଇବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ମରଣାନ୍ତକ ଆକ୍ରମଣ ଫଳରେ ବାବୁ ଓ ଜିତୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ୨ ଭାଇଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବଡ଼ଭାଇ ବାବୁଙ୍କ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ଲୋକେ ସୋରଡା ଥାନାରେ ଏତଲା ଦେଇଛନ୍ତି। ସୋରଡା ଥାନାଧିକାରୀ ଅନିଲ କୁମାର ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ