Sunday, October 4, 2026
30.6 C
Odisha

    କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ପୁରୀ: ରବିବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ SOP ପ୍ରଦାନ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏସ୍‌ଓପି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ପ୍ରତିଟି ଦିଗକୁ ଅତି ଗୁରୁତ୍ବର ସହ, ସତର୍କତାର ସହ ତର୍ଜମା କରାଯାଇଛି ଏସ୍‌ଓପି ପ୍ରସ୍ତୁତ କରାଯାଇଛି। ଅତ୍ୟନ୍ତ ନିଖୁଣ ଭାବେ ରତ୍ନଭଣ୍ଡାର ଗଣତି ମଣତି କରାଯିବ।  ହାଇପାୱାର କମିଟି ସଦସ୍ୟ ମଧ୍ୟ ଏହାର ତର୍ଜମା କରିଛନ୍ତି। ସରକାରଙ୍କୁ ଗତ ୯ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ୧୪ ତାରିଖରେ ଖୋଲିବାକୁ ଅନୁମତି ମଗାଯାଇଥିଲା। ଯାହା ପରେ ସରକାର ଏସ୍‌ଓପି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ