Sunday, October 4, 2026
30.6 C
Odisha

    ଭୟ-ଭ୍ରମର ଜାଲ ଛିଣ୍ଡି ଯାଇଛି, ସଭିଏଁ ଏକଛତ୍ରବାଦୀ ଶାସନର ପତନ ଚାହୁଁଛନ୍ତି: ବିଜେପି ଉପରେ ବର୍ଷିଲେ ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାତୋଟି ରାଜ୍ୟରେ ୧୩ ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ପରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି। ଉପ-ନିର୍ବାଚନରେ ​​କଂଗ୍ରେସ ଏବଂ ଟିଏମସି ସର୍ବାଧିକ ୪ଟି ଲେଖାଏଁ ଆସନ ଜିତିଛନ୍ତି। କେବଳ ଦୁଇଟି ଆସନରେ ବିଜେପି ସଫଳତା ପାଇଛି। ଆମ୍ ଆଦମୀ ପାର୍ଟି, ଡିଏମକେ ଏବଂ ସ୍ବାଧୀନ ପ୍ରତ୍ୟେକ ଗୋଟିଏ ଆସନ ଜିତିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ବିଜେପି ଦ୍ୱାରା ବୁଣା ଯାଇଥିବା ଭୟ ଏବଂ ଭ୍ରମର ଜାଲ ଛିଣ୍ଡି ଯାଇଛି।
    ରାହୁଲ ଗାନ୍ଧୀ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ସାତୋଟି ରାଜ୍ୟରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ କରିଛି କୃଷକ, ଯୁବକ, ଶ୍ରମିକ, ବ୍ୟବସାୟୀ ଏବଂ ନିଯୁକ୍ତ ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ବର୍ଗ ଏକଛତ୍ରବାଦୀ ଶାସନର ସମ୍ପୂର୍ଣ୍ଣ ରୂପେ ପତନ କରିବାକୁ ଏବଂ ନ୍ୟାୟର ନିୟମ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।

    ଜନସାଧାରଣ ବର୍ତ୍ତମାନ ସେମାନଙ୍କ ଜୀବନର ଉନ୍ନତି ତଥା ସମ୍ବିଧାନର ସୁରକ୍ଷା ପାଇଁ ଇଣ୍ଡିଆ ମେଣ୍ଟ ସହିତ ଛିଡା ହୋଇଛନ୍ତି | ଜୟ ହିନ୍ଦୁସ୍ଥାନ, ଜୟ ସମ୍ବିଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ