Sunday, April 5, 2026
28 C
Odisha

    କାଳବୈଶାଖୀ ରଚିଲା ତାଣ୍ଡବ: ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    କାଳବୈଶାଖୀ ରଚିଲା ତାଣ୍ଡବ। ବଜ୍ରପାତରେ କେନ୍ଦ୍ରାପଡ଼ା ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗରଦପୁର ବ୍ଲକ ଅଞ୍ଚଳରେ ବଜ୍ରପାତ ଘଟି ତଳକୁସୁମା ପଞ୍ଚାୟତର ବଙ୍ଗାରୀ , ପୁଣ୍ଡିଲୋ ଓ ବିରିଜଙ୍ଗୀ ଗ୍ରାମରୁ ତିନିଜଣଙ୍କର ମୁତ୍ଯୁ ଘଟିଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତରେ ଜଣେ ଓ ଆଳି ଥାନା ଅନ୍ତର୍ଗତ ସାଳିଅଞ୍ଚ ଗ୍ରାମରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

    ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଥାନା ତଳକୁସୁମା ପଞ୍ଚାୟତ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୬୨) ଘରର ଛାତ ଉପରେ ଶୁଖାଯାଇଥିବା ମୁଗ ବସ୍ତା କରୁଥିବା ସମୟରେ ବଜ୍ରପାତ ଯୋଗୁ ମୃତ୍ୟୁ ଘଟିଥିଲା ସେହିଭଳି ବଙ୍ଗାରୀ ଗ୍ରାମରେ ମଧ୍ୟ ସମାନ ଘଟଣା ଘଟିଛି । ବର୍ତ୍ତମାନ ମୁଗ ଫସଲ ଅମଳ ସମୟ ଥିବାରୁ ମୁଗ ଖଳାରେ ମୁଗ ଘୋଡାଉଥିବା ସମୟରେ ଅଧିର ଜେନାଙ୍କ ସାନ ପୁଅ ଆଶୁତୋଷ ଜେନା(୧୮)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଶୁତୋଷ ଯୁକ୍ତ ୩ ପାଠ ପଢୁଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ଅନ୍ୟ ଏକ ଘଟଣାରେ ବିରିଜଙ୍ଗା ଅଞ୍ଚଳର ଘଟିଛି। ବିରିଜଙ୍ଗା ଗ୍ରାମର ଶିବପ୍ରସାଦ ସାହୁ (୬୦) ବିଲରୁ ମୁଗ ଉପାଡୁଥିବା ସମୟରେ ବଜ୍ରପାତ ତାଙ୍କର ମୁତ୍ଯୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ