Saturday, October 31, 2026
21.7 C
Odisha

    କାଳିଆବାଲି ଛକରେ ଓଲଟିଲା କାଉଡିଆଙ୍କୁ ନେଇ ଯାଉଥିବା ଟାଟା ଏସି, ୧୩ ଆହତ

    ଆଗକୁ ପଢନ୍ତୁ

    ଗଞ୍ଜାମ :  ଛତ୍ରପୁର ନିକଟ କାଳିଆବାଲି ଛକରେ ଓଲଟିଲା ବୋଲବମ କାଉଡିଆଙ୍କୁ ନେଇ ଯାଉଥିବା ଏକ ଟାଟା ଏସି  l   ୧୩ ଜଣ କାଉଡିଆ ଆହତ ହୋଇଥିବା ବେଳେ ଟାଟା ଏସି ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି  l  ସୂଚନା ପ୍ରକାରେ ଜଗଦଳପୁର ରୁ ଏକ ଟାଟା ଏସି ଯୋଗେ ୧୩ ଜଣ କାଉଡିଆ ଏକ ଟାଟା ଏସି ଯୋଗେ ଗଞ୍ଜାମ ଋଷିକୂଲ୍ୟା ନଦୀକୁ ପାଣି ଉଠାଇବା ପାଇଁ ବାହାରିଥିଲେ  l

    ପାଣି ନେଇ ଗଞ୍ଜାମ ବ୍ଲକର ଅଳେସ୍ଵର ଶୈବ ପୀଠରେ ଶିବଙ୍କ ମସ୍ତକରେ ଜଳାଭିଷେକ କରିଥାନ୍ତେ l  ହେଲେ, କାଳିଆବାଲି ନିକଟରେ କୌଣସି କାରଣ ବଶତଃ ଟାଟା ଏସି ଟି ଓଲଟି ପଡିଥିଲା  l  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି  l  ସେପଟେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  l

     

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.7 ° C
    21.7 °
    21.7 °
    98 %
    1.2kmh
    51 %
    Fri
    22 °
    Sat
    28 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ