Saturday, October 10, 2026
27.9 C
Odisha

    ବାରାମତୀରେ ପୁଣି ବିମାନ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ପୁଣେ : ମହାରାଷ୍ଟ୍ର ପୁଣେ ବାରାମତୀରୁ ପୁଣି ଏକ ବିମାନ ଦୁର୍ଘଟଣା । ବାରାମତୀ ଏୟାରପୋର୍ଟ କ୍ୟାମ୍ପସରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅବତରଣ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବିମାନଟି କମ୍ ଉଚ୍ଚତାରୁ ଖସିପଡ଼ିଥିବା ଜଣାପଡ଼ିଛି । ବିମାନରେ ଥିବା ଟ୍ରେନି ପାଇଲଟ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ । ଘଟଣା ପରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ସଂପୂର୍ଣ୍ଣ ମାମଳାର ଯାଞ୍ଚ କରୁଛି ।

    ଆଜି ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନିଂ ବିମାନ ସମ୍ପର୍କରେ ଜଣାପଡ଼ିଛି ଯେ, ଦିନ ପ୍ରାୟ ୧୨ଟା ୩୫ ମିନିଟ୍ ରେ ଏହି ଘଟଣା ଘଟିଥିଲା । ଏୟାରପୋର୍ଟ ପରିସରରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନିଂ ବିମାନଟି ହଠାତ୍ ତଳକୁ ଖସିପଡ଼ିଥିଲା ।

    ଏହାପୂର୍ବରୁ ମଇରେ ବାରାମତୀ ଏୟାରପୋର୍ଟ ନିକଟରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମଧ୍ୟ ଟ୍ରେନି ପାଇଲଟ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।

    ସୂଚନାଯୋଗ୍ୟ, ବାରାମତୀରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିମାନ ଦୁର୍ଘଟଣା ଘଟିଥିଲା । ସେହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ