Wednesday, September 17, 2025
24 C
Odisha

    କାଳ ହେଲା ଘନ କୁହୁଡ଼ି ଓଲଟିଲା ବସ୍‌, ୭ ଆହତ

    ଆଗକୁ ପଢନ୍ତୁ

    ବେଗୁନିଆ : ୫୭ ନମ୍ୱର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ୍ ନିକଟରେ ଥିବା ଇଟା ଫ୍ୟାକ୍ଟ୍ରି ନିକଟରେ ରବିବାର ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ୭ ଜଣ ଆହତ ହୋଇଛନ୍ତି । ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ସୂଚନା ଅନୁଯାୟୀ, \”ଖୁସି’ ବସ୍ ବରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ବାମ ପାଶ୍ୱର୍କୁ ଓଲଟି ପଡ଼ିଥିଲା । ଏଥିରେ ୬ ଜଣ ବ୍ୟକ୍ତିଙ୍କ ସମେତ ଜଣେ ଶିଶୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ବେଗୁନିଆ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    96 %
    1.4kmh
    100 %
    Tue
    24 °
    Wed
    31 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ