Friday, May 2, 2025
24.6 C
Odisha

    କିଏ ମନା କରୁଛନ୍ତି? ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ନା ନିର୍ଦେଶକ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଯିଏ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଓଡିଶା ସଂଗୀତ ନାଟକ ଏକାଡେମୀର ସଭାପତି ଦାୟିତ୍ୱ ରେ ଅଛନ୍ତି। ସେ କୌଣସି ଦାୟିତ୍ୱ ମୁଣ୍ଡ କୁ ନ ନେଇ ପ୍ରତ୍ୟକକାର୍ଯ୍ୟ ଯୁଗ୍ମ ନିର୍ଦେଶକଙ୍କ ଉପରେ ନିର୍ଭର କରୁଛନ୍ତି ଓ ଯୁଗ୍ମ ନିର୍ଦେଶକ ସବୁ ସବୁକାର୍ଯ୍ୟ ସମ୍ପାଦନା କରୁଛନ୍ତି। ଓଡିଶା ସଂଗୀତ ନାଟକ ଏକାଡେମୀର ନିଜସ୍ୱ ସାଧାରଣ ପରିଷଦ ଥାଇମଧ୍ୟ ଦୀର୍ଘ ଏକ ବର୍ଷରୁ ଉର୍ଧ୍ଵ ହେବ ସାଧାରଣ ପରିଷଦ ବୈଠକ ଡକାଯାଉ ନାହିଁ। ନିକଟରେ ବିଭିନ୍ନ ଜିଲ୍ଲାର ଅନେକ ସଭ୍ୟ ନିର୍ଦେଶକଙ୍କ ସାକ୍ଷାତ କରି ଦରଖାସ୍ତ ପ୍ରଦାନ କରି ସାଧାରଣ ସଭା ବୈଠକ କାହିଁକି ହେଉ ନାହିଁ ପ୍ରଶ୍ନ କରିଥିଲେ। ପ୍ରତିଉତ୍ତରରେ ନିର୍ଦେଶକ କହିଥିଲେ ମନ୍ତ୍ରୀ ମନା କରିଛନ୍ତି ଯେ ବୈଠକ ହେବ ନାହିଁ, କାରଣ ସାଧାରଣ ପରିଷଦ ପୁନଃ ଗଠନ କରାଯିବ। ଏ ସଂକ୍ରାନ୍ତରେ କିଛି ସଭ୍ୟ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ରେ ଭେଟି ଦରଖାସ୍ତ ଦେଇଥିଲେ ଓ ମନ୍ତ୍ରୀଙ୍କ ଉପଦେଶ ଅନୁସାରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଅବଗତ କରିଥିଲେ। ସେ କହିଥିଲେ ନିର୍ଦେଶକ ମିଛ କହୁଛନ୍ତି। ମନ୍ତ୍ରୀ ଏକାଡେମୀର ସାଧାରଣ ସଭା ଓ କାର୍ଯ୍ୟ ନିର୍ବାହୀସଭା ବୈଠକ କରିବାକୁ ମନା କରି ନାହାନ୍ତି। ଏକାଡେମୀର ସମସ୍ତ ସଭ୍ୟ ଏକାଡେମୀ ପରିଚାଳନା ପାଇଁ ସରକାରଙ୍କୁ ସହଯୋଗ କରୁଥିଲେ ମଧ୍ୟ ନିର୍ଦେଶକ ମନ୍ତ୍ରୀଙ୍କ ଆଳ ନେଇ କାହିଁକି ସଭା ବୈଠକ କରେଇ ଦେଉ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୁଣିବାକୁ ମିଳୁଛି ନିର୍ଦେଶକ ଖାଲି ନାମକୁ ମାତ୍ର କିନ୍ତୁ ଯୁଗ୍ମ ନିର୍ଦେଶକ ଙ୍କ ଉପଦେଶ ଅନୁସାରେ ରେ ସବୁ ଚାଲିଛି। ଏ ସଂକ୍ରାନ୍ତରେ ଏକାଡେମୀର ସଭ୍ୟମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ପରିଷଦର ସଭ୍ୟ ମାନେ ସାମ୍ବିଧାନିକ ପଦ୍ଧତି ରେ ତିନିବର୍ଷ ପାଇଁ ସରକାରଙ୍କ ଅନୁମୋଦନ ରେ ଏକାଡେମୀରେ ସଭ୍ୟ ହେଇଛନ୍ତି। ଏକାଡେମୀର ସମ୍ବିଧାନକୁ ସମ୍ମାନ ଜଣେଇ ନିକଟରେ ଏକାଡେମୀର ସଭାପତି ହିସାବରେ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ସମିତି ବୈଠକ ଡାକିବାକୁ ନିର୍ଦେଶ ଦେବାକୁ ସେମାନେ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଓ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    70 %
    3.2kmh
    2 %
    Thu
    24 °
    Fri
    40 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ