Saturday, October 10, 2026
24.4 C
Odisha

    ଏପ୍ରିଲରେ ରେକର୍ଡ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିକଟରେ ସମାପ୍ତ ଏପ୍ରିଲ୍ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଜିଏସଟି ତଥ୍ୟରୁ ଏହା ଜଣାପଡ଼ିଛି । ଜିଏସଟି ସଂଗ୍ରହର ଅଭିବୃଦ୍ଧି ୧୨.୬ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ୧୭ ମାସ ମଧ୍ୟରେ ସର୍ବାଧିକ। ଖବର ଅନୁଯାୟୀ, ଏପ୍ରିଲ ୨୦୨୪ରେ ଜିଏସଟି ସଂଗ୍ରହ  ୨.୧୦ ଲକ୍ଷ କୋଟି ଥିଲା, ଯାହାକି ସେତେବେଳେ ସର୍ବକାଳୀନ ରେକର୍ଡ ଥିଲା। କିନ୍ତୁ ଏପ୍ରିଲ ୨୦୨୫ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ଛିଡ଼ା କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ ୯୬ ଲକ୍ଷ କୋଟି ଟଙ୍କା ଥିଲା । ତଥ୍ୟ ଅନୁଯାୟୀ, ଘରୋଇ କାରବାରରୁ ଜିଏସଟି ରାଜସ୍ୱ ୧୦.୭ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧.୯  ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆମଦାନୀ ସାମଗ୍ରୀରୁ ରାଜସ୍ୱ ୨୦.୮ପ୍ରତିଶତ ବୃଦ୍ଧି ପାଇ ୪୬୯୧୩ କୋଟିରେ ପହଞ୍ଚିଛି। ଏପ୍ରିଲ ମାସରେ ପ୍ରଦାନ କରାଯାଇଥିବା ରିଫଣ୍ଡ ପରିମାଣ ୪୮.୩ ପ୍ରତିଶତ ବୃଦ୍ଧି ପାଇ ୨୭,୩୪୧ କୋଟି ହୋଇଛି। ଫେରସ୍ତ ପାଇଁ ସମାୟୋଜନ ପରେ, ଏପ୍ରିଲରେ ନିଟ୍ ଜିଏସଟି ସଂଗ୍ରହ ୯.୧ ପ୍ରତିଶତ ବୃଦ୍ଧି ପାଇ ୨.୦୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ