Saturday, October 10, 2026
24.4 C
Odisha

    ଡିପ୍ରେସନ୍‌ ଦୂର କରେ ଏସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ଶରୀରକୁ ସୁସ୍ଥ ଓ ମଜଭୁତ୍‌ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ଜିଉଛେ, ତାହା ଆମ ଖାଦ୍ୟ ଉପରେ ନିର୍ଭର କରେ। ହେଲେ, ଏବେ ଅନେକେ ଖାଇବାରେ ସନ୍ତୁଳନ ନ ରଖିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ବିଷୟକୁ ନେଇ ସର୍ଭେ କରିଥିଲେ। ଉକ୍ତ ସର୍ଭେର ଶୀର୍ଷକ ଥିଲା ‘ଉତ୍ତମ ଖାଦ୍ୟ ଓ ଡିିପ୍ରେସନ’। କିଛି ମାସ ଧରି ଏହା ଉପରେ ସର୍ଭେ କରି ସେମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଉତ୍ତମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଆନ୍ତି, ତେବେ ସେ ନିଜକୁ ଡିପ୍ରେସନ୍‌ରୁ କେତେକାଂଶରେ ଦୂରେଇ ରଖିପାରିବେ। ବେଳେବେଳେ କେତେକେ ଡିପ୍ରେସନ୍‌ରେ ରହିବା ଯୋଗୁ ଅଧିକ ଖାଦ୍ୟ ଖାଇଥାନ୍ତି। ଏହାଫଳରେ ପରବର୍ତ୍ତୀ ସମୟରେ ସେମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି। ତେଣୁ ଆମକୁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଠିକ୍‌ ପରିମାଣରେ ଖାଇବା ନିହାତି ଜରୁରୀ। ଗାଜର, ମୂଳା, କଖାରୁ, ପାଳଙ୍ଗ ଶାଗ, ଚିନାବାଦାମ, ଟମାଟୋ, କମଳା ଆଦି ଖାଦ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ, ଯାହାକୁ ପ୍ରତିଦିନ ଆମେ ଆମ ଖାଦ୍ୟରେ ସାମିଲ୍‌ କରିପାରିବା। ଏହାବ୍ୟତୀତ ନିଜକୁ ଡିପ୍ରେସନ୍‌ରୁ ଦୂରେଇ ରଖିବା ପାଇଁ ନିଜର ମାନସିକତାକୁ ସକାରାତ୍ମକ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ