Tuesday, October 27, 2026
26.1 C
Odisha

    କିଙ୍ଗ୍ ଫିଲ୍ମରେ ଶାହରୁଖଙ୍କ ଦମଦାର୍ ଲୁକ୍ ଆଉଟ୍, ଡିସେମ୍ବର ୨୪ରେ ହେବ ରିଲିଜ୍

    ଆଗକୁ ପଢନ୍ତୁ

    ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ୨୦୨୩ରେ ପଠାନ୍ ଓ ଯବାନ୍ ଭଳି ବ୍ଲକ୍ବଷ୍ଟର ଫିଲ୍ମ ଦେଇ ବକ୍ସ ଅଫିସକୁ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଏଥିରେ ଶାହରୁଖଙ୍କ ଦମଦାର ଲୁକ୍ ଦର୍ଶକଙ୍କ ମନକୁ ଛୁଇଁଛି ।

    ନୂଆ ପୋଷ୍ଟରରେ ଶାହରୁଖ ଖାନଙ୍କୁ ଏକ ଧାମାକା ହୋଇଥିବା ସ୍ଥାନ ମଧ୍ୟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ମୁହଁରେ କଟା ଦାଗ ଥିବାବେଳେ ଗୋଟିଏ ହାତରେ ବନ୍ଧୁକ ଏବଂ ମୁହଁରେ ନାଲି ଗୋଲାପ ରହିଛି । ତାଙ୍କର ଏହି ଲୁକ୍ ଫିଲ୍ମରେ ଆକ୍ସନ୍ ସହ ପ୍ରେମର ଝଲକ ଥିବା ଆକଳନ କରାଯାଉଛି ।

    ପୋଷ୍ଟର ସହ ଶାହରୁଖ ଲେଖିଛନ୍ତି, ‘ଆଜି ପୁଣି ମନେ ପଡ଼ିଲା… ହତ୍ୟାକାରୀ ନୁହେଁ, ପ୍ରେମିକ ମୁଁ… #KING ।’

    କିଙ୍ଗ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଅଭୟ ବର୍ମା, ଅନିଲ କପୁର ଓ ଦୀପିକା ପାଦୁକୋନଙ୍କ ଭଳି କଳାକାର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ସୁହାନା ଖାନ୍ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟି ୨୦୨୬ ଡିସେମ୍ବର ୨୪ ତାରିଖରେ ଖ୍ରୀଷ୍ଟମାସ ଅବସରରେ ସିନେମା ହଲକୁ ଆସିବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    68 %
    5.1kmh
    100 %
    Tue
    25 °
    Wed
    22 °
    Thu
    22 °
    Fri
    27 °
    Sat
    28 °

    ସମ୍ବନ୍ଧିତ