Tuesday, October 27, 2026
26.1 C
Odisha

    ମିସିଂ ଲିଙ୍କରେ ନଭେମ୍ବର ୧ ତାରିଖରୁ ନୂଆ ନିୟମ, ଏସବୁ ଗାଡ଼ି ସବୁଦିନ ପାଇଁ ଚଳାଚଳ କରିବା ବ୍ୟାନ୍

    ଆଗକୁ ପଢନ୍ତୁ

    ମୁମ୍ବାଇ : ମୁମ୍ବାଇରୁ ପୁଣେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ମିସିଂ ଲିଙ୍କ୍ ରାସ୍ତାରେ ୨୦୨୬ ନଭେମ୍ବର ୧ ତାରିଖରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାକୁ ଯାଉଛି । ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ରାସ୍ତାରେ କିଛି ଯାନବାହନ ଚଳାଚଳ ଉପରେ ସ୍ଥାୟୀ କଟକଣା ଲଗାଯାଇଛି । ଏଥିସହ କାର୍ ଓ ଯାତ୍ରୀବାହୀ ବସ୍ ପାଇଁ ମଧ୍ୟ ଗତିସୀମା ନିର୍ଦ୍ଧାରଣ କରାଯାଇଛି ।

    ମହାରାଷ୍ଟ୍ରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଟ୍ରାଫିକ୍) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମିସିଂ ଲିଙ୍କ୍ ରାସ୍ତାରେ ଥିବା ସୁଡ଼ଙ୍ଗର ବିଶେଷ ନିର୍ମାଣ ଶୈଳୀ ଓ ଯାନ୍ତ୍ରିକ ଦିଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ନିୟମ ଅନୁଯାୟୀ, ଭାରୀ ଟ୍ରକ୍, ପିକ୍ଅପ୍ ଭ୍ୟାନ୍ ଏବଂ ଟାଟା ଏସ୍ ଭଳି ହାଲୁକା ମାଲବାହୀ ଗାଡ଼ିଗୁଡ଼ିକ ମିସିଂ ଲିଙ୍କ୍ ରାସ୍ତାରେ ଚଳାଚଳ କରିପାରିବେ ନାହିଁ । ଏହି ନିଷେଧାଦେଶ ସ୍ଥାୟୀ ଭାବେ ଲାଗୁ ହେବା ସହିତ ଜ୍ୱଳନଶୀଳ ପଦାର୍ଥ, ବିସ୍ଫୋରକ ଓ ଅନ୍ୟ ବିପଜ୍ଜନକ ସାମଗ୍ରୀ ପରିବହନ କରୁଥିବା ଟ୍ୟାଙ୍କର୍ ଏବଂ ଅନ୍ୟ ଯାନବାହନର ପ୍ରବେଶ ମଧ୍ୟ ନିଷିଦ୍ଧ କରାଯାଇଛି ।

    ଏହି କଟକଣା ଲାଗୁ ହେବା ପରେ ମନା ହୋଇଥିବା ଯାନବାହନଗୁଡ଼ିକୁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ପୁରୁଣା ରାସ୍ତା ବ୍ୟବହାର କରିବାକୁ ପଡ଼ିବ । ମିସିଂ ଲିଙ୍କ୍ ରାସ୍ତାରେ କେବଳ ଅନୁମତିପ୍ରାପ୍ତ ଯାନବାହନ ଚଳାଚଳ କରିପାରିବେ । ଏଥିରେ ବ୍ୟକ୍ତିଗତ କାର୍, ଜିପ୍ ଏବଂ ଅନ୍ୟ ଅଣ-ବାଣିଜ୍ୟିକ ହାଲୁକା ମୋଟର ଯାନ ସାମିଲ ରହିଛି ।

    ଏହା ବ୍ୟତୀତ ନିୟମିତ ଯାତ୍ରୀବାହୀ ବସ୍ ଏବଂ ଅନ୍ୟ ଅନୁମତିପ୍ରାପ୍ତ ଯାତ୍ରୀବାହୀ ଯାନ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିପାରିବେ । ମିସିଂ ଲିଙ୍କ୍ର ସୁଡ଼ଙ୍ଗ ମଧ୍ୟରେ ଦୁର୍ଘଟଣା ରୋକିବା ଓ ଯାତାୟାତକୁ ସୁଗମ କରିବା ପାଇଁ ଗାଡ଼ିଗୁଡ଼ିକର ଗତିସୀମା ନିର୍ଦ୍ଧାରଣ କରାଯାଇଛି । ଯଦି ଗାଡ଼ି ଡ୍ରାଇଭର ନିର୍ଦ୍ଧାରିତ ଗତିସୀମା ପାଳନ କରିବାକୁ ପଡ଼ିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    68 %
    5.1kmh
    100 %
    Tue
    25 °
    Wed
    22 °
    Thu
    22 °
    Fri
    27 °
    Sat
    28 °

    ସମ୍ବନ୍ଧିତ