Sunday, March 22, 2026
32 C
Odisha

    କିଟ୍‌ ଘଟଣା ନେଇ ମୁଖ୍ୟମନ୍ତ୍ରୀ କହିଲେ- ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା। ପୁରା ସମ୍ମାନର ସହ ସେମାନେ ଏଠାରେ ପଢ଼ିବେ। ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖି ପଦକ୍ଷେପ ନେଉଛନ୍ତି ଏବଂ ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଭରସା ଓ ଆତ୍ମ ବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏହା ପରେ  ନେପାଳ ଦୂତାବାସର ଅଧିକାରୀ ନବୀନ ରାଜ୍ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ମଧ୍ୟ  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅଧିକାରୀ ଦ୍ୱୟଙ୍କୁ କହିଥିଲେ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଟ୍ ପରିସରରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

    ନେପାଳର ଅଧିକାରୀ ଦ୍ୱୟ କହିଥିଲେ ଯେ, ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା  ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି। ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ, ନେପାଳ ଓ ଓଡିଶା ମଧ୍ୟରେ ଅତି ପୁରାତନ ସମ୍ପର୍କ ରହିଆସିଛି ଏବଂ ଏହି ସୁସମ୍ପର୍କ କେବେ ବ୍ୟାହତ ହେବ ନାହିଁ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ