ଭୁବନେଶ୍ୱର : କିଟ୍ ପରିସରରେ ଆୟୋଜିତ ହୋଇଛି ୧୬ ତମ ଜାତୀୟ ଏଚ୍ ଆର୍ କନକ୍ଲେଭ । କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରଖ୍ୟାତ ଉଦ୍ୟୋଗ ଗୁଡ଼ିକର ମାନବସମ୍ବଳ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ୧୬ତମ ଜାତୀୟ ଏଚ୍ ଆର୍ ସମ୍ମିଳନୀର ‘ ହାଇବ୍ରିଡ୍ ଭବିଷ୍ୟତକୁ ନିୟନ୍ତ୍ରଣ -ସୁଚଳ, ଅନୁକୂଳନଶୀଳ ଏବଂ ସମନ୍ୱିତ କାର୍ଯ୍ୟସ୍ଥଳ ‘ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସାମିଲ ହୋଇଥିଲେ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ୍ ନିର୍ଦ୍ଦେଶକ ମଣ୍ଡଳୀ ଅଧ୍ୟକ୍ଷ ସାର୍ଥକ ବେଉରିଆ । ସେହିଭଳି କିଟ୍ କୁଳପତି ପ୍ରଫେସର ସରଞ୍ଜିତ୍ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ପ୍ରଫେସର ଇଶା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ପ୍ରଫେସର କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସେହିଭଳି ସ୍କୁଲ ଅଫ ମ୍ୟାନେଜମେଣ୍ଟ ଡିନ ପ୍ରଫେସର ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ । ସେହିଭଳି ଶେଷରେ ବିଭିନ୍ନ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିବା ବହୁ ମାନବସମ୍ବଳ ଅଧିକାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି ।