Friday, October 2, 2026
23.8 C
Odisha

    କିଟ୍ ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କିଟ୍ ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ (କେସିଆଇଏଏମ୍‌)ର କର୍ଟେନ ରେଜର ଏବଂ ଭିଜନର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଡ. ଜଷ୍ଟିସ୍ ଅବଦୁଲକାୱି ଏ. ୟୁସୁଫ୍‌, ଭାରତ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ସମେତ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ, ଜଷ୍ଟିସ୍ ଆନନ୍ଦ ସେନ୍‌, ଜଷ୍ଟିସ୍ ରାଜେଶ କୁମାର, ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ କୁମାର; ବରିଷ୍ଠ ଅଧିବକ୍ତା ତଥା ପୂବର୍ତନ ଅତିରିକ୍ତ ସଲିସିଟର ଜେନେରାଲ୍ ପିଙ୍କି ଆନନ୍ଦ ପ୍ରମୁଖ ଯୋଗଦେଇ ଥିଲେ। ଜଷ୍ଟିସ୍ ମେହେଟା କେସିଆଇଏଏମ୍ ପ୍ରତିଷ୍ଠାକୁ ଏକ ସମୟୋଚିତ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରି କହିଲେ, ଏହା ବିଶ୍ୱସ୍ତରୀୟ ଆଇନ ସୁବିଧା ପ୍ରଦାନ, ସହଯୋଗକୁ ପ୍ରୋତ୍ସାହନ ସହ ଭବିଷ୍ୟତର ଆର୍ବିଟ୍ରେଟର୍‍ମାନଙ୍କୁ ତାଲିମ ଦେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି କେନ୍ଦ୍ର ସର୍ବୋତ୍ତମ ଆର୍ବିଟ୍ରେସନ୍‍ ଓ ମଧ୍ୟସ୍ଥତା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

    ଜଷ୍ଟିସ୍ ଅବଦୁଲକାୱି କହିଲେ, ସମସ୍ୟା ସମାଧାନ ଓ ମଧ୍ୟସ୍ଥତା ଭାରତରେ ନୂଆ ନୁହେଁ। ଏହାର ମୂଳ ଗଭୀର ଭାବେ ଭାରତର ଇତିହାସ ସହ ଜଡ଼ିତ ରହିଛି । ଏହି ନୂତନ କେନ୍ଦ୍ର ଦେଶରେ ସଂସ୍ଥାଗତ ଆର୍ବିଟ୍ରେସନର ଏକ ନୂତନ ଯୁଗକୁ ସୂଚିତ କରିବ।
    ଜଷ୍ଟିସ୍ ସନ୍ଦୀପ କୁମାର କହିଲେ, ଭୁବନେଶ୍ୱର ଏପରି ଏକ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ। କାରଣ ଏହା ଏକ ପ୍ରଯୁକ୍ତିବିଦ୍ୟା ହବ୍‍ ଭାବରେ ଜଣାଶୁଣା । ଭାରତର ଆର୍ବିଟ୍ରେସନ ଦୃଶ୍ୟପଟ ଆମୂଳଚୂଳ ଭାବରେ ପରିବର୍ତ୍ତିତ ହୋଇଛି। ନିକଟ ବର୍ଷଗୁଡ଼ିକରେ କେବଳ ଆର୍ବିଟ୍ରେସନ ଦ୍ୱାରା ୫୮ହଜାରରୁ ଅଧିକ ମାମଲାର ସମାଧାନ କରାଯାଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଆର୍ବିଟ୍ରେସନ୍‍ ଓ ମେଡିଏସନ୍‍ ପାଇଁ ପକ୍ଷମାନେ କେବଳ ଦିଲ୍ଲୀ କିମ୍ବା ମୁମ୍ବଇ ଉପରେ ନିର୍ଭର କରିବା ଅପେକ୍ଷା ଭୁବନେଶ୍ୱରରେ ବିବାଦର ସମାଧାନ ହୋଇପାରିବ।

    ଜଷ୍ଟିସ୍ ରାଜେଶ କୁମାର ଆର୍ବିଟ୍ରେସନ ଓ ମେଡିଏସନ୍‍ ଉପରେ ସଚେତନତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ୍ ଆନନ୍ଦ ସେନ୍ ଆର୍ବିଟ୍ରେସନ ଏବଂ ମେଡିଏସନ୍‍ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ଅଧିବକ୍ତା ଏବଂ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଡ ପିଙ୍କି ଆନନ୍ଦ କହିଲେ, ଏହି କେନ୍ଦ୍ରର ପ୍ରତିଷ୍ଠା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବ। କିଟ୍‍ ଲ’ ସ୍କୁଲର ପ୍ରଫେସର ଏନ ଏଲ ମିତ୍ର କହିଲେ, କେସିଆଇଏଏମ୍ ଏକ ବିଶ୍ୱସ୍ତରୀୟ ଆର୍ବିଟ୍ରେସନ୍‍ କେନ୍ଦ୍ର ହେବ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କେସିଆଇଏଏମ୍‌ର ୱେବସାଇଟ୍ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା। କେସିଆଇଏଏମ୍‌ର ଅଧ୍ୟକ୍ଷ ତଥା କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ସ୍ୱାଗତ ଭାଷଣ ଦେଇଥିଲେ। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ