Friday, August 7, 2026
23.9 C
Odisha

    କିଟ ଓ କିସ ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ସମ୍ବର୍ଦ୍ଧିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିକଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ଵାରା ଘୋଷଣା କରାଯାଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ନନ ଫିଚର ବିଭାଗରେ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ସି ଆଣ୍ଡ ସେଭେନ ଭିଲେଜେସ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ଅବସରରେ ଆଜି କିଟ ଓ କିସ ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ କିଟ ସ୍କୁଲ ଅଫ ଫିଲ୍ମ ଆଣ୍ଡ ମିଡିଆ ସାଇନସେସର ମହାନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ଆଜି ସମ୍ମାନିତ କରାଯାଇଛି । ଆଜି କିଟ୍ ରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କିଟ୍, କିସ୍ ତଥା କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ କିଟ ତଥା ଓଡିଶା ପାଇଁ ଗର୍ବର କଥା ବୋଲି ଡ଼ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ