Friday, October 9, 2026
30.5 C
Odisha

    ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ: ଓଡ଼ିଶାର ୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶର ଏକ ପଥର ଖଣିରେ ବ୍ଲାଷ୍ଟିଂ ସମୟରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ଓଡ଼ିଶାର ଗଜପତି ଜିଲ୍ଲାର ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ପଞ୍ଚାୟତର ଅଲରା ଗାଁର ବୋଲି ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଏକ ପଥର ଖଣିରେ ଚାଲିଥିବା ବ୍ଲାଷ୍ଟିଂ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଥିଲା। ବିସ୍ଫୋରଣର ପ୍ରଚଣ୍ଡତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା।

    ଏହା ସହିତ ଅନ୍ୟ କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ସମୟରେ ସୁରକ୍ଷା ନିୟମାବଳୀର ଉଲ୍ଲଙ୍ଘନ ହୋଇଥାଇପାରେ। ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ଉଠିଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ