Tuesday, March 31, 2026
35.4 C
Odisha

    କିଡନୀକୁ ସୁସ୍ଥ ରଖିବାକୁ ଚାହୁଛନ୍ତି କି, ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ଆମ ରକ୍ତକୁ ଶୁଦ୍ଧ କରିବା  ସହ ଶରୀରରୁ ଅପରିଷ୍କାର ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଦୂଷିତ ଖାଦ୍ୟ ପାନୀୟର ସେବନ କରି ଆମେ ଆମ କିଡନୀକୁ ଖରାଫ କରିଥାଉ। ତେବେ ଏହାକୁ କାର୍ଯ୍ୟକ୍ଷମ ଏବଂ ସୁସ୍ଥ ରଖିବା ପାଇଁ କଣ କରିବା ଆସନ୍ତୁ ଜାଣିବା :-

    ଆପଣ ଯଦି ନିଜ କିଡନୀକୁ ସଫା ରଖିବାର ଚାହୁଁଛନ୍ତି ତେବେ ପ୍ରଚୁର ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ଵାରା ଆପଣଙ୍କ ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରି ଯାଇଥାଏ। ଏହା କିଡନୀରେ ପଥର ହେବା ଆଶଙ୍କାକୁ ମଧ୍ୟ ବହୁତ ହ୍ରାସ କରିଥାଏ।

    ଖାଦ୍ୟରେ ଲୁଣ ମିଶାଇ ଖାଇବା ଦ୍ବାରା ଏହା କିଡନୀ ପାଇଁ ବିପଦ ସୃଷ୍ଟି କରିଥାଏ। ଅତ୍ୟଧିକ ଲୁଣ ରକ୍ତଚାପ ବୃଦ୍ଧି କରେ ଯାହା ସିଧାସଳଖ କିଡନୀର ଶିରାକୁ ପ୍ରଭାବିତ କରେ।

    ସେହିପରି ଅତ୍ୟଧିକ ଚିନି ସେବନ କରିବା ଦ୍ବାରା ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ ଯାହାକୁ କିଡନୀ କ୍ଷତିର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ। ସରଳ ଏବଂ କମ୍ ମସଲାଯୁକ୍ତ ଖାଦ୍ୟ କିଡନୀ ପାଇଁ ଭଲ ହୋଇଥାଏ ।

    ଲୋକମାନେ ପ୍ରାୟତଃ ସାମାନ୍ୟ ଯନ୍ତ୍ରଣା ପାଇଁ ନିଜେ ଔଷଧ ଖାଇବା ଆରମ୍ଭ କରିଦିଅନ୍ତି। ଏହି ଅଭ୍ୟାସ କିଡନୀ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ବିନା ବାରମ୍ବାର ଔଷଧ ଖାଇବା ଦ୍ଵାରା କିଡନୀ ଧୀରେ ଧୀରେ କାମ କରିବା ବନ୍ଦ କରିଦେଇଥାଏ।

    ଦିନରେ ଅତି କମରେ ଅଧ ଘଣ୍ଟା ଚାଲିବା କିମ୍ବା ଯୋଗ କରିବା କିଡନୀ ପାଇଁ ବହୁତ ଲାଭଦାୟକ ହୋଇଥାଏ।  ଯାହାଦ୍ବାରା ଶରୀରର ଓଜନ ସନ୍ତୁଳିତ ରହିଥାଏ ।ଫଳରେ କିଡନୀକୁ ସେମାନଙ୍କର କାର୍ଯ୍ୟ କରିବା ସହଜ ହୋଇଥାଏ। ଏହା ସହିତ ଆପଣଙ୍କ କିଡନୀକୁ ସର୍ବଦା ଭଲ ରଖିବା ପାଇଁ ଆପଣ ବର୍ଷକୁ ଅତି କମରେ ଥରେ କେଏଫଟି ବା  (କିଡନୀ ଫଙ୍କସନ୍ ଟେଷ୍ଟ) କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ