ସୁସ୍ଥ ଶରୀର ପାଇଁ ପ୍ରତ୍ଯେକ ଅଙ୍ଗ ଠିକ୍ ରହିବା ଜରୁରୀ । ଯଦି କୌଣସି ଗୋଟିଏ ଅଙ୍ଗରେ ସମସ୍ଯା ଦେଖାଦିଏ ତେବେ ତାହା ପୁରା ଶରୀର ଉପରେ ପ୍ରଭାବ ପକାଇଥାଏ । ତେବେ ଶରୀରର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗ ହେଉଛି କିଡନୀ । ଯାହା ରକ୍ତକୁ ସଫା କରିବା ସହ ଶରୀରରେ ଥିବା ସମସ୍ତ ଖରାପ ପଦାର୍ଥକୁ ବାହାର କରିବାରେ ସହାୟକ କରିଥାଏ । କିନ୍ତୁ ଆମର କିଛି ଭୁଲ୍ ଅଭ୍ଯାସ ଯୋଗୁଁ କିଡନୀ ଉପରେ କୁପ୍ରଭାବ ପଡିଥାଏ । ଯାହାଦ୍ୱାରା ଆମ କିଡ଼ନୀକୁ ଧୀରେ ଧୀରେ ଆହୁରି ଖରାପ କରି ଦେଇଥାଏ । କେବଳ ସେତିକି ନୁହେଁ କିଛି ରୋଗ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆମେ ଔଷଧ ଖାଇଦେଇଥାଉ । ଯାହାର ପ୍ରଭାବ ସିଧାସଳଖ ଭାବେ ଆମ କିଡନୀ ଉପରେ ପଡିଥାଏ । ଆମ କିଡ଼ନୀ ଖରାପ ହେବ ପୂର୍ବରୁ ଶରୀରରେ କିଛି ଲକ୍ଷଣ ଦେଖାଦେଇଥାଏ । ଯାହାକୁ ଆମେ ଅଜାଣତରେ ଅଣଦେଖା କରିଦେଇଥାଉ । ତେବେ ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବାର ଲକ୍ଷଣ ଏବଂ ଏହାର ଉପଚାର ବିଷୟରେ ଜଣାଇବୁ । ଯାହା ଆପଣଙ୍କୁ ବିପଦ ମୁଖରୁ ରକ୍ଷା କରିବାରେ ସାହାଯ୍ୟ କରିବ ।
ଲକ୍ଷଣ :
କିଡନୀ ଖରାପ ହେବାରୁ ସବୁଠାରୁ ପ୍ରଥମ ଲକ୍ଷଣ ହେଉଛି ମୁହଁରୁ ଗନ୍ଧ ଆସିବା । ରକ୍ତରେ ୟୁରିଆ କମ୍ ହେଲେ ପାଟିରୁ ଦୁର୍ଗନ୍ଧ ଆସିଥିାଏ । ଏହା ସହ ଜିଭର ସ୍ବାଦ ମଧ୍ୟ ଖରାପ ହେବାକୁ ଲାଗିଥାଏ ।
ସେହିପରି କିଡନୀ ଖରାପ ହେବା ପୂର୍ବରୁ ପାଦ ଫୁଲିବା ଏବଂ ଦରଜ ହେବା ଆରମ୍ଭ ହୋଇଥାଏ । ଯାହାର କାରଣ ହେଉଛି ଏଡିମା । ଶରୀରର କୋଷରେ ପାଣି ଭରିଯାଏ ଏବଂ କିଡନୀ ଏହି ପାଣିକୁ ବାହାର କରିପାରିନଥାଏ । ଯାହା ଫଳରେ ଶରୀରର ଫୁଲିବା ଆରମ୍ଭ ହୋଇଯାଇଥାଏ ।
କମ୍ ପରିଶ୍ରା କିମ୍ବା କମ୍ ଥର ପରିଶ୍ରା ହେବା, ପରିଶ୍ରାରେ ଫେଣ ହେବା ବା ଗନ୍ଧ ଆସିବା । ଏସବୁ କିଡନୀ ଖରାପ ହେବାର ଲକ୍ଷଣ । ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ । ଆପଣଙ୍କ ପରିଶ୍ରାରେ ରକ୍ତ ପଡିଲେ ଏହାକୁ ହାଲକାରେ ନନେଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ।
ଛୋଟ ଛୋଟ କାମକରିବା ଦ୍ୱାରା ଦୂର୍ବଳ ଲାଗିବା। ଥକି ପଡିବା ଇତ୍ୟାଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।
ଯଦି ପିଠିର ଗୋଟିଏ ପଟରେ କଷ୍ଟ ହୋଇ ଏହା ଧୀରେ ଧୀରେ ଶରୀରର ଅନ୍ଯ ଅଙ୍ଗ ଆଡକୁ ଯାଉଛି ତେବେ ଜାଣନ୍ତୁ ଆପଣଙ୍କ କିଡନୀ ଖରାପ ହେଲାଣି ।
ଉପଚାର :
କିଡନୀ ସମସ୍ୟାକୁ ରୋକିବା ପାଇଁ ଚାହୁଁଥିଲେ ଚା ଏବଂ ଚିନିଠାରୁ ଦୂରରେ ରୁହନ୍ତୁ ।
ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ । ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ ।
୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଂଚ କରିବା ଜରୁରୀ ଅଟେ ।
ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ହେଲେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ ।
ଏଥିସହିତ ଏହି ୩ ଟି ଖାଦ୍ୟଠାରୁ ଦୁରେଇ ରହିବ ଆବଶ୍ୟକ । ଆଜିକାଲିର ଲୋକମାନଙ୍କୁ ଜଙ୍କ୍ ଫୁଡ ଖାଇବାର ଖରାପ ଅଭ୍ୟାସ ରହିଛି । ଜଙ୍କ୍ ଫୁଡରେ ଫସଫରସ ଏବଂ ସୋଡିୟମର ଅଧିକ ମାତ୍ରା ହେବା କାରଣରୁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ବାରା କିଡନୀ ଧିରେ ଧିରେ ଦୁର୍ବଳ ହୋଇ ନଷ୍ଟ ହୋଇଯାଇଥାଏ ।
ଅଧିକାଂଶ ଲୋକ ମାଛ, ମାଂସ, ଏବଂ ଚିକେନକୁ ଅଧିକ ମାତ୍ରାରେ ଖାଇଥାନ୍ତି । ଏହି ଜିନିଷରୁ ଆନିମାଲ ପ୍ରୋଟିନ ମିଳିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ମାଂସ, ମାଛ ଏବଂ ଚିକେନକୁ ଅଧିକ ଖାଇବା ଦ୍ବାରା ଶରୀରରେ ଆନିମାଲ ପ୍ରୋଟିନର ମାତ୍ରା ବଢ଼ିଯାଇଥାଏ । ଯାହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ସୀମିତ ମାତ୍ରାରେ ମାଂସ ଆହାର କରିବା ଉଚିତ ।
ସନ୍ତୁଳିତ ଭାବରେ ପରିବା ଏବଂ ଫଳ ଖାଇବା ଅବଶ୍ୟକ ।
