Monday, September 28, 2026
22.5 C
Odisha

    ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ

    ଆଗକୁ ପଢନ୍ତୁ

    କଟକ : ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର । ପୁଣି ବାରବାଟୀରେ କ୍ରିକେଟ କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ । ଶ୍ରୀଲଙ୍କା ବିପକ୍ଷରେ T20 ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଡିସେମ୍ବରରେ ଭାରତ ଆସିବ ଶ୍ରୀଲଙ୍କା କ୍ରିକେଟ ଦଳ । ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ। ରାଜକୋଟ, କଟକ ଓ ପୁନେରେ ହେବ ୩ଟି T20 ମ୍ୟାଚ । BCCI ପକ୍ଷରୁ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଏହି ବର୍ଷ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।

    ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ ମଇଦାନରେ ଉଭୟ ଦଳ ମଧ୍ୟରେ ଏହା ପ୍ରଥମ ମୁକାବିଲା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ