Friday, March 27, 2026
24.5 C
Odisha

    କିନ୍ନରଙ୍କ ଅନ୍ତିମ ସଂସ୍କାର କେବଳ ରାତିରେ କାହିଁକି କରାଯାଇଥାଏ

    ଆଗକୁ ପଢନ୍ତୁ

    କିନ୍ନରମାନଙ୍କ ଚାଲି ଚଳଣି ସାଧାରଣ ପୁରୁଷ ଓ ନାରୀମାନଙ୍କଠାରୁ ଭିନ୍ନ ହୋଇଥାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ପରମ୍ପରା ମଧ୍ୟ କେତେକାଂଶରେ ଅଲଗା ହୋଇଥାଏ। କିନ୍ନରମାନଙ୍କ ଶବଯାତ୍ରା ଦିନବେଳା ହୋଇ ନ ଥାଏ। ମଣିଷଙ୍କ ନଜରରୁ ଲୁଚାଇବା ପାଇଁ ରାତିରେ ଗୋପନରେ ସେମାନଙ୍କ ଶବଯାତ୍ରା କରାଯାଇଥାଏ।

    ଏପରିକି ଗୋଟିଏ ସମୂଦାୟର ମୃତ୍ୟୁ ହେଲେ ଅନ୍ୟ ସମୂଦାୟର କିନ୍ନର ମଧ୍ୟ ତାଙ୍କ ଶବଯାତ୍ରାରେ ସାମିଲ ହୋଇପାରିବେ ନାହିଁ। କାରଣ ଏପରି କଲେ ପୁଣିଥରେ କିନ୍ନର ଜନ୍ମ ନେବାକୁ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। କିନ୍ନର ସମାଜରେ ଏହି ପରମ୍ପରା ଅନେକ ଦିନରୁ ରହି ଆସିଛି। ଖାଲି ସେତିକି ନୁହେଁ ଶବଯାତ୍ରା ପୂର୍ବରୁ ଶବକୁ ଜୋତା ଓ ଚପଲ୍‌ରେ ମଧ୍ୟ ପିଟାଯାଇଥାଏ।ପୁଣିଥରେ କିନ୍ନର ଜନ୍ମ ନ ମିଳୁ ଏଥିପାଇଁ ମୃତ୍ୟୁପରେ କିନ୍ନରମାନେ ନିଜ ପଇସାରେ ଦାନ ଧର୍ମ କରିଥାନ୍ତି। ଏମାନେ ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିଲେ ମଧ୍ୟ ଶବକୁ ନ ପୋଡ଼ି ପୋତି ଦେଇଥାନ୍ତି। ସାଥୀ କିନ୍ନର ମୃତ୍ୟୁ ହେଲେ କିନ୍ନରମାନେ ବେଶୀ ଦୁଃଖ ପ୍ରକାଶ କରନ୍ତି ନାହିଁ। କାରଣ ସେମାନଙ୍କୁ ନର୍କ ଜୀବନରୁ ମୁକ୍ତି ମିଳିଥାଏ ବୋଲି କିନ୍ନର ସାମାଜରେ ଧାରଣା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ