Friday, March 13, 2026
24.5 C
Odisha

    କିସ୍‍ କାର୍ଯ୍ୟକୁ ପ୍ରଶଂସା : ଜାତିସଂଘ ରେକର୍ଡରେ ସ୍ଥାନୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ-ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଭବିଷ୍ୟତକୁ ସଶକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ କିସ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ(ଇକୋସକ୍‍) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନିତ ହୋଇଛି । ଚଳିତମାସ ଇକୋସକ୍‍ ର ସାଧାରଣ ଅଧିବେଶନରେ ଜନଜାତି ବିଷୟରେ ଆଲୋଚନା ସମୟରେ କିସ୍‍ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା ସହ ଏହା ଜାତିସଂଘ ରେକର୍ଡରେ ସ୍ଥାନୀତ ହୋଇଛି ।

    ବିଶ୍ୱର ସବର୍ବୃହତ ଜନଜାତି ଅନୁଷ୍ଠାନ ଭାବରେ ସ୍ୱୀକୃତି ପାଇଥିବା କିସ୍‍ର ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ଉଲ୍ଲେଖନୀୟ ଯୋଗଦାନ ସହ କିସ୍‍ ଏକ ସୃଜନଶୀଳ ଶୈକ୍ଷିକ ମଡ଼େଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିପାରିଛି। କିସ୍‍ ଜନଜାତି ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ସହ ଡିଜିଟାଲ୍ ସଶକ୍ତିକରଣ ଏବଂ ଜଳବାୟୁ ସ୍ଥିରତା ଉପରେ ଶିକ୍ଷା ପ୍ରଦାନ କରୁଛି। ଜନଜାତି ପିଲାମାନଙ୍କୁ ସେମାନଙ୍କ ସ୍ଥାନୀୟ ଚାଲେଞ୍ଜର ମୁକାବିଲା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ୟୁନେସ୍କୋ ପୁରସ୍କୃତ ମାତୃଭାଷା ପର୍ଯ୍ୟବେସିତ ବହୁ-ଭାଷୀ ଶିକ୍ଷା ମାଧ୍ୟମରେ ପ୍ରାଥମିକସ୍ତରରେ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ, ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିପାରୁଛି ବୋଲି ଜାତିସଂଘର ରେକର୍ଡରେ ଉଲ୍ଲେଖ କରାଯାଇଛି।

    ଜନଜାତି ସଂପ୍ରଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା, ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ପ୍ରଦାନ କରିବାରେ କିସ୍‍ ବିଶ୍ୱର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ। କିସ୍‍ ୧୩ଟି ବିଶେଷ ଭାବରେ ର୍ଦୁବଳ ଜନଜାତି ସମ୍ପ୍ରଦାୟ ସମେତ ୬୪ଟି ଜନଜାତିର ପ୍ରାୟ ୮୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଶିକ୍ଷା ସହ ଜୀବନ କୌଶଳ, ଦକ୍ଷତା ବିକାଶ,କ୍ରୀଡ଼ାରେ ଉତ୍କଷର୍ତା ପ୍ରତିପାଦନ ଏବଂ ଜଳବାୟୁ ସ୍ଥିରତା ଉପରେ ତାଲିମ ପ୍ରଦାନ କରିଆସୁଛି। ଫଳରେ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ସଶକ୍ତ କରାଯାଇପାରୁଛି।

    କିସ ଏକ ଅଭିନବ ଶିକ୍ଷା ମଡେଲ ଭାବରେ ଜାତିସଂଘର ଏସଡିଜି ୧, ୨, ୩, ୪, ୫, ୧୦, ୧୩, ୧୬ ଓ ୧୭ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖି ଆସିଛି ବୋଲି ଜାତିସଂଘ ରେକର୍ଡରେ ଉଲ୍ଲେଖ କରାଯାଇଛି। ସେହିପରି ସ୍ଥାୟୀ, ଅନ୍ତର୍ଭୁକ୍ତ ଏବଂ ପ୍ରମାଣ-ଭିତ୍ତିକ ସମାଧାନକୁ ଆଗକୁ ବଢ଼ାଇବା କ୍ଷେତ୍ରରେ କିସ୍‍ କାର୍ଯ୍ୟ କରୁଛି ବୋଲି ଜାତିସଂଘ ରେକର୍ଡରେ ସ୍ଥାନିତ ହୋଇଛି। ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍‍ ବିଷୟରେ ଜାତିସଂଘରେ ସର୍ବଦା ଆଲୋଚନା ହେବା ସହ ଏହାର ରେକର୍ଡ ରହୁଛି। ଏହା ଜନଜାତି ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ