Wednesday, July 22, 2026
25.3 C
Odisha

    ଭୁବନେଶ୍ଵରରେ ପହଞ୍ଚିଲେ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :    ଭୁବନେଶ୍ଵରରେ ପହଞ୍ଚିଛନ୍ତି ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା । ଭୁବନେଶ୍ଵରର ଏକ ଘରୋଇ ବିଦ୍ୟାଳୟରେ ଅତିଥି ଭାବେ ଯୋଗ ଦେଇଛନ୍ତି ଶୁଭ୍ରାଂଶୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶୁଭ୍ରାଂଶୁ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହ ମହାକାଶର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଶୁଭାଂଶୁ ଭାରତୀୟ ବାୟୁସେନା (IAF) ର ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ମହାକାଶଚାରୀ । ୨୦୨୫ ଜୁଲାଇରେ ଶୁଭ୍ରାଂଶୁ ପ୍ରଥମ ISRO ମହାକାଶଚାରୀ ଭାବେ ମହାକାଶ ଉଡ଼ାଣ ଆକ୍ସିୟମ ମିଶନ ୪ରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଥିଲେ । ରାକେଶ ଶର୍ମାଙ୍କ ଉଡ଼ାଣ ପରେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହେଉଛନ୍ତି ଶୁଭ୍ରାଂଶୁ ଶୁକ୍ଳା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    87 %
    3.1kmh
    100 %
    Wed
    26 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ