Wednesday, April 8, 2026
37.8 C
Odisha

    କୁରାନର ଅପମାନ ନେଇ ଡେନମାର୍କ କଠୋର: ପ୍ରଥମ ଥର ପାଇଁ ବଡ଼ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    କୋପନହେଗେନ: ଡେନମାର୍କର ଦୁଇ ଜଣଙ୍କୁ କୁରାନ ଅପମାନ ଅଭିଯୋଗରେ କୋର୍ଟରେ ମାମଲା କରାଯିବ। ପୁଲିସର ତଦନ୍ତ ପରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଡିସେମ୍ବର ୨୦୨୩ରେ ଦେଶରେ ପବିତ୍ର ଗ୍ରନ୍ଥ ପୋଡିଯିବା ଘଟଣା ପରେ ଏ ସମ୍ପର୍କରେ ଏକ ଆଇନ ପ୍ରଣୟନ କରାଯାଇଥିଲା।

    ଡେନମାର୍କର ଏହି ନୂତନ ନିୟମ ଅନୁଯାୟୀ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହି ନିୟମ ଅନୁଯାୟୀ, ସର୍ବସାଧାରଣରେ ପ୍ରସ୍ତୁତ ଭିଡିଓ ମାଧ୍ୟମରେ ପ୍ରସାରଣ ଉଦ୍ଦେଶ୍ୟରେ ପବିତ୍ର ଗ୍ରନ୍ଥ ଜଳାଇବା, ଛିଣ୍ଡାଇବା କିମ୍ବା ଅପମାନିତ କରିବା ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଅବା ଜରିମାନା ଲାଗୁ କରାଯାଇପାରେ।

    ଦୁଇ ଅଭିଯୁକ୍ତ ଜଣ ଗତ ବର୍ଷ ଜୁନ୍ ମାସରେ ଏକ କାର୍ଯ୍ୟକ୍ରମରେ କୁରାନକୁ ଅପାମାନିତ କରିଥିଲେ। ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରର ଲୋକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟ ମଧ୍ୟରେ କୁରାନକୁ ସର୍ବସାଧାରଣରେ ଅପମାନିତ କରାଯାଇଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ପ୍ରସ୍ତୁତ କରାଯାଇ ସେୟାର କରାଯାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହି ଦୁଇ ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।

    ଗତ କିଛି ବର୍ଷ ମଧ୍ୟରେ ଡେନମାର୍କ ଏବଂ ପଡୋଶୀ ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୋରାନକୁ ଅପମାନିତ କରିବାର ଅନେକ ଘଟଣା ଘଟିଥିଲା ​। ଏହି ଘଟଣା ପରେ ମୁସଲମାନ ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଡେନମାର୍କ ସରକାର ଏହି ନୂତନ ନିୟମ ପ୍ରଣୟନ କରିଥିଲେ।

    ଏହି ଆଇନ ପ୍ରାୟ ୧୩ ମାସ ପୂର୍ବେ ୭ ଡିସେମ୍ବର ୨୦୨୩ରେ ପାରିତ ହୋଇଥିଲା ଏବଂ କିଛି ଦିନ ପରେ ଏହା କାର୍ଯ୍ୟକାରୀ କରାଯାଇଥିଲା। ସେବେଠାରୁ ଧାର୍ମିକ ଗ୍ରନ୍ଥଗୁଡ଼ିକୁ ଜଳାଇବା ପ୍ରସଙ୍ଗରେ ଡେନମାର୍କ ସରକାର ଏବଂ ପୁଲିସ କଠୋର ମନୋଭାବ ପ୍ରଦର୍ଶନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ