Saturday, October 31, 2026
23.4 C
Odisha

    କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି, ଯାତାୟାତ ପ୍ରଭାବିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କୁହୁଡ଼ି ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି । କଟକ-ଭୁବନେଶ୍ୱରରେ ଯାତାୟାତ ବାଧାପ୍ରାପ୍ତ । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଜି ସକାଳୁ ଘନ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି । ସମଗ୍ର ଟ୍ୱିନ୍ ସିଟି କୁହୁଡ଼ିର ଧଳା ଚାଦର ତଳେ ଢାଙ୍କି ହୋଇ ରହିଥିଲା । ​ଦୃଶ୍ୟମାନତା ହ୍ରାସ ଯୋୁଗଁ ରାଜପଥରେ ଗାଡ଼ି ଚଳାଚଳ ମନ୍ଥର ଥିଲା। ସକାଳ ପ୍ରାୟ ୫ଟାରୁ ୭ଟା ମଧ୍ୟରେ କୁହୁଡ଼ିର ଘନତା ଏତେ ଅଧିକ ରହିଥିଲା ଯେ କିଛି ମିଟର ଦୂରରେ ଥିବା ବସ୍ତୁ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା ।

    ବିଶେଷ କରି ଜାତୀୟ ରାଜପଥ-୧୬, କଟକର ରିଂ ରୋଡ୍, ନନ୍ଦନକାନନ ରୋଡ୍, ଉତ୍ତରା ଛକ ଏବଂ ଉପକଣ୍ଠ ଅଞ୍ଚଳରେ ଦୃଶ୍ୟମାନତା ଯଥେଷ୍ଟ କମିଯାଇଥିଲା । ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିଚାଳକମାନେ ଫଗ୍ ଲାଇଟ୍ ଏବଂ ହାଜାର୍ଡ ଲାଇଟ୍ ଜଳାଇ ଧୀର ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ଧରି ବାୟୁମଣ୍ଡଳରେ ପ୍ରବଳ ଆର୍ଦ୍ରତା ରହିବା ସହ ରାତି ତାପମାତ୍ରା ହ୍ରାସ ପାଇବା ଫଳରେ ଏହି ଘନ କୁହୁଡ଼ି ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    93 %
    0.3kmh
    3 %
    Sat
    27 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ