ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଓ ସ୍କିନ୍-କେୟାର ଟ୍ରେଣ୍ଡ୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସେଥିମଧ୍ୟରୁ ପ୍ରତିଦିନ ସକାଳୁ ମୁହଁରେ ବରଫ ଘଷିବା ଅନ୍ୟତମ। ବଲିଉଡ୍ରୁ ନେଇ ହଲିଉଡ୍ର ଅନେକ ସେଲିବ୍ରିଟି ମଧ୍ୟ ଏହି ଉପାୟକୁ ଆପଣାଉଥିବା ଦାବି କରନ୍ତି। ସୋସିଆଲ ମିଡିଆରେ କୁହାଯାଏ ଯେ ବରଫ ଘଷିବା ଦ୍ୱାରା ତ୍ୱଚାରେ ଥିବା ଖୋଲା ଛିଦ୍ର କିମ୍ବା ‘ଓପନ୍ ପୋର୍ସ’ ସାନ ହୋଇଯାଏ ଓ ମୁହଁରେ ଉଜ୍ଜ୍ୱଳତା ଆସିଥାଏ।
କିନ୍ତୁ ପ୍ରଶ୍ନ ଉଠୁଛି ଏହି ସୋସିଆଲ ମିଡିଆ ଦାବିରେ କେତେ ସତ୍ୟତା ଅଛି? ଏହା ସତରେ କାମ କରେ ନା ଏହା କେବଳ ଏକ ଭ୍ରାନ୍ତ ଧାରଣା? ଏହି ସମ୍ପର୍କରେ ବେଙ୍ଗାଲୁରୁର ‘ଡକ୍ଟର୍ ସ୍ୱେଥାସ୍ ସ୍କିନ୍ ସୂତ୍ର କ୍ଲିନିକ୍’ର ମେଡିକାଲ୍ ଡାଇରେକ୍ଟର ଡାକ୍ତର ସ୍ୱେଥା ଶ୍ରୀଧର ପ୍ରକୃତ ସତ୍ୟତା ପ୍ରକାଶ କରିଛନ୍ତି।
