Sunday, January 19, 2025
20.2 C
Odisha

    କୁହୁଡ଼ି ପାଇଁ ମାଡିଆସୁଛି ବଡ଼ ବିପଦ

    ଆଗକୁ ପଢନ୍ତୁ

    କୁହୁଡି ପାଇଁ ମାଡିଆସୁଛି ବଡ ବିପଦ । ବିଗିଡିଯାଉଛି ଜନଜୀବନ, ପ୍ରଭାବିତ ହେଉଛି ଅର୍ଥନୀତି । ଆଗକୁ ଆସିବ ମାରାତ୍ମକ ମହାମାରୀ ଭଳି ଦୁରାରୋଗ । ବାୟୁମଣ୍ଡଳରେ ତିଆରି ହେଉଛି ବିଷାକ୍ତ ସ୍ମଗ । ମଣିଷ ଶରୀରରେ ପ୍ରବେଶ କରୁଛି ମାତ୍ରାଧିକ ବିଷ କଣିକା । ଏ ନେଇ ସତର୍କ କରାଇଲା ଆଇଏମଡି। ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, କୁହୁଡ଼ି ମାନବ ଜୀବନ ସମେତ ବିଭିନ୍ନ କ୍ଷେତ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ । କୁହୁଡିର ଘନତା ବିମାନ ଚଳାଚଳ, ରେଳ ଏବଂ ରାଜପଥ ପରିବହନ ଠପ କରିଦିଏ। ନଦୀ ଏବଂ କୋଷ୍ଟାଲ ଫେରି ସେବା ବ୍ୟାଘାତ ସୃଷ୍ଟି କରେ । ଘନ କୁହୁଡିର ପ୍ରଭାବ ସପ୍ତାହେ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ବନ୍ଦ କରିଦିଏ । ପ୍ରଭାବରେ ପ୍ରବଳ ଥଣ୍ଡା ଦିନ ଅନୁଭୂତ ହୁଏ । ଫଳରେ ଏହା ମାନବ ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ପକାଇଥାଏ । କୁହୁଡି ପାଇଁ ପ୍ରଦୂଷଣ ଏବଂ AQI ର ପରିମାଣ ବଢେ । ଉଚ୍ଚ ପ୍ରଦୂଷକ ସହିତ କୁହୁଡ଼ିରୁ ହାଇ ପାୱାର୍ ଗ୍ରୀଡ୍ ଟ୍ରିପ ହୋଇଯାଏ । ଘନ କୁହୁଡି ପାଇଁ ଚାଷ ବେଶ ପ୍ରଭାବିତ ହୁଏ । ଧାନର ଅଭିବୃଦ୍ଧି ସମୟରେ ଏହା ତାକୁ ନଷ୍ଟ କରିବା ସହ ବିହନ ମାରିଦିଏ । କୁହୁଡ଼ିର ମୁଖ୍ୟ ପ୍ରଭାବ ଭାବରେ ସଡକ ଦୁର୍ଘଟଣା ବୃଦ୍ଧି ଘଟୁଛି। ଏବେ ଏହାର ସର୍ବାଧିକ ପ୍ରଭାବ ଉତ୍ତର ପୂର୍ବ ଭାରତରେ ପଡିବା ଆରମ୍ଭ ହୋଇଛି । ଓଡିଶାରେ ଏହାର ପ୍ରଭାବ ଖୁବଶୀଘ୍ର ପଡିବ ବୋଲି କହିଛନ୍ତି ପରିବେଶବିତ୍। ଆଜି ପଞ୍ଜାବ, ହରିଆଣା, ଦିଲ୍ଲୀରେ ଏଭଳି ବିଷ ବଳୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓଡିଶାର ୭ ସହର ଯଥା- ଭୁବନେଶ୍ୱର, କଟକ, ବାଲେଶ୍ବର, ରାଉରକେଲା, ଝାରସୁଗୁଡା, କଳିଙ୍ଗନଗର ଓ ତାଳଚେରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    38 %
    1.3kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ