Friday, October 16, 2026
22.3 C
Odisha

    ପାକିସ୍ତାନରେ ପରିସ୍ଥିତି ଭୟଙ୍କର, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫ ହଜାର ଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। କଳା ବିଷାକ୍ତ ଧୂଆଁ ସହରର ଚାରିଆଡେ ବ୍ୟାପିଛି, ଯାହା ଫଳରେ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଲାହୋରରେ ଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୯୦୦ ଅତିକ୍ରମ କରିଛି । ଖବର ଅନୁଯାୟୀ, ପାକିସ୍ତାନର ପ୍ରାୟ ୧୫,୦୦୦ ରୋଗୀ ଶ୍ୱାସରୋଗ, ଶ୍ୱାସ ନେବାରେ ଅସୁବିଧା ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲାହୋରର ପରିସ୍ଥିତିକୁ ଦେଖି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ପ୍ରଦୂଷଣକୁ ନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ କହିଛନ୍ତି। ସରକାର ପ୍ରଦୂଷଣର ମୁଖ୍ୟ ଉତ୍ସଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଲଗାଇବା ଉଚିତ୍‌। ଏହା ବ୍ୟତୀତ ସେ ସାଧାରଣ ପରିବହନ ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ବିଷୟରେ କହିଥିଲେ ଏବଂ ଘରୋଇ ଯାନ ସଂଖ୍ୟା ହ୍ରାସ କରିବାକୁ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ।
    ସୂଚନାଯୋଗ୍ୟ, ଲାହୋରର ଏହି ପ୍ରଦୂଷିତ ପରିବେଶର ମୁଖ୍ୟ କାରଣ ହେଉଛି ଯାନ ନିର୍ଗମନ, ନିର୍ମାଣ ସ୍ଥାନରୁ ଧୂଳି ଉଡ଼ିବା ଏବଂ ଶିଳ୍ପ ପ୍ରଦୂଷଣ ବୋଲି କୁହାଯାଇଛି। ଏପରି ପରିସ୍ଥିତିରେ ବିଶେଷଜ୍ଞମାନେ ଲୋକଙ୍କୁ ମାସ୍କ ପିନ୍ଧିବା, ଘର ଭିତରେ ରହିବା ଏବଂ ଏୟାର ପ୍ୟୁରିଫାୟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.2kmh
    73 %
    Thu
    22 °
    Fri
    28 °
    Sat
    28 °
    Sun
    29 °
    Mon
    30 °

    ସମ୍ବନ୍ଧିତ